thumbnail

Mangal Alati: ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ, ଦେଖନ୍ତୁ ଅପୂର୍ବ ଦୃଶ୍ୟ

By

Published : Jan 13, 2023, 7:18 AM IST

Updated : Feb 3, 2023, 8:38 PM IST

ପୁରୀ: ଜଗତର ନାଥ ଜଗନ୍ନାଥ । ଭାବବିନୋଦିଆ ଠାକୁଆ ସେ । ଜଗତର ମଙ୍ଗଳ ପାଇଁ ମାନବୀୟ ଲୀଳା କରନ୍ତି କାଳିଆ ସାଆନ୍ତ । ସେଥିପାଇଁ ପ୍ରତ୍ୟେକ ଦିନ ବଡି ଭୋରରୁ ଜଗତର କଲ୍ୟାଣ ପାଇଁ ସେ ପତିତପାବନଙ୍କ ଦ୍ବାରା କରାଯାଏ ମଙ୍ଗଳ ଆଳତୀ । ବିଶ୍ବାସ ରହିଛି ଏହି ମଙ୍ଗଳ ଆଳତୀ ଦର୍ଶନ କଲେ ଦିନ ମଙ୍ଗଳମଳ ହୋଇଥାଏ । ସେଥିପାଇଁ ତ ଯିଏ କାଳିଆ ଦର୍ଶନ ପାଇଁ ପୁରୀ ଧାଇଁଆସେ ବଡି ଭୋରରୁ ପହଞ୍ଚି ଯାଏ କାଳିଆ ଦୁଆରକୁ । ଚର୍ମ ଚକ୍ଷୁରେ କାଳିଆ ସାଆନ୍ତଙ୍କ ମଙ୍ଗଳ ଆଳତୀ ଦର୍ଶନ କରି ପୁରା ଦିନ ମଙ୍ଗଳମୟ ହେବାର ଆଶିଷ ନିଅ । ସବୁଦିନ ପରି ଆଜି ବି କାଳିଆ ସାଆନ୍ତଙ୍କ ମଙ୍ଗଳ ଆଳତୀ ହୋଇଯାଇଛି । 

 

ସବୁ ଦିନ ପରି ଆଜି ମଧ୍ୟ ସେବାୟତଙ୍କ ଦ୍ବାରା ବଡି ଭୋରରୁ ଶ୍ରୀମନ୍ଦିର ଦ୍ବାର ଫିଟାଯାଇ ମଙ୍ଗଳ ଆଳତୀ କରାଯାଇଛି । ପୂଜା ପଣ୍ଡା ହାତରେ ଘଣ୍ଟି, ଦୀପ ଓ ମନ୍ତ୍ରୋଚାରଣ କରି ପତିତପାବନ ମଙ୍ଗଳ ଆଳତୀ ନୀତି ସମ୍ପନ୍ନ କରିଛନ୍ତି । ଏହି ସମୟରେ ନିକଟରେ ଥିବା ଭକ୍ତମାନେ ମଧ୍ୟ ଓଁ ନମଃ ଭଗବତେ ବାସୁଦେବାୟ, ଜୟ ଜଗନ୍ନାଥ ମନ୍ତ୍ରରେ ପରିବେଶକୁ ଆଧ୍ୟାତ୍ମିକତାରେ ଭରି ଦେଇଥିଲେ । ତେବେ ସକାଳୁ ସକାଳୁ ଏହି ଆଳତୀ ଦେଖିବା ଦ୍ବାରା ପୁରା ଦିନ ମଙ୍ଗଳମୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବଃ ତୁମେ ଭବଃ ତୁମେ । 

Last Updated : Feb 3, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.