ପୁରୀରେ ଧର୍ମଘଟର ପ୍ରଭାବ, ବସ୍ ଚଳାଚଳ ଠପ ଯୋଗୁଁ ହନ୍ତସନ୍ତ ଯାତ୍ରୀ - ବସ ଚଳାଚଳ ଠପ ଯୋଗୁଁ ହନ୍ତସନ୍ତ ଯାତ୍ରୀ
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Oct 20, 2023, 11:04 AM IST
|Updated : Oct 20, 2023, 11:13 AM IST
ପୁରୀ: ସାରା ରାଜ୍ୟରେ ବସ ଧର୍ମଘଟ ଜାରି ରଖିଛନ୍ତି ଘରୋଇ ବସ ମାଲିକ ସଂଘ। ଯାହାର ପ୍ରଭାବରେ ଘରୋଇ ବସ ଚଳାଚଳ ଠପ ହୋଇଛି। ପୁରୀରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବସ ଚଳାଚଳ ନକରିବାରୁ ଯାତ୍ରୀ ମାନେ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇନପାରି ବସ ଷ୍ଟାଣ୍ଡରେ ବସି ରହିଛନ୍ତି। ପୁରୀ ବସ ଷ୍ଟାଣ୍ଡରୁ ସବୁ ଘରୋଇ ବସ ଚଳାଚଳ ବନ୍ଦ ରହିଥିବା କେବଳ ମୋ ବସ ଚଳାଚଳ କରୁଛି। ଏହା ଖୁବ କମ ଥିବାରୁ ଲୋକ ମାନେ ଯାଇ ନ ପାରି ବସ ଷ୍ଟାଣ୍ଡରେ ଫସି ରହିଛନ୍ତି। ଏହାକୁ ନେଇ ଯାତ୍ରୀଙ୍କ ମଧ୍ଯରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସେପଟେ ପୁରୀ ଘରୋଇ ବସ ମାଲିକ ସଂଘ କହିଛି ରାଜ୍ୟ ଘରୋଇ ବସ ସଂଘର ନିର୍ଦ୍ଦେଶ ଅନୁଯାୟୀ ଧର୍ମଘଟ କରାଯାଇଛି। ରାଜ୍ଯ ସଂଘ ଯାହା ନିଷ୍ପତ୍ତି ନେବ ତାହାକୁ ପୁରୀ ଘରୋଇ ବସ ମାଲିକ ସଂଘ ମାନିବ ବୋଲି ବସ ମାଲିକ କହିଛନ୍ତି।
ଏହା ମଧ୍ୟ ପଢନ୍ତୁ-ଆଜିଠୁ ବସ ମାଲିକ ସଂଘର ଧର୍ମଘଟ, ରାଜ୍ୟରେ ଗଡୁନି ଘରୋଇ ବସ୍
ଇଟିଭି ଭାରତ, ପୁରୀ