thumbnail

By

Published : Jun 3, 2023, 8:38 AM IST

Updated : Jun 3, 2023, 10:39 AM IST

ETV Bharat / Videos

Train Tragedy: ଯାତ୍ରୀଙ୍କ ମୁହଁରୁ ଶୁଣନ୍ତୁ ଦୁର୍ଘଟଣା ସମୟର ଛାତିଥରା କାହାଣୀ

ଭଦ୍ରକ: ବାହାନାଗରେ ଟ୍ରେନ ଦୁର୍ଘଟଣା ଘଟଣା । ଦୁର୍ଘଟଣା ସମୟର ଛାତିଥରା କାହାଣୀ ବଖାଣିଲେ ଆହତ ଯାତ୍ରୀ । ଟ୍ରେନ ଦୁର୍ଘଟଣା ପରେ ବଗି ଓଲଟି ପଡିଥିଲା । ମୋର ଚେତା ଫେରିବା ପରେ ମୋ ଆଖି ଆଗରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ମୁଁ ଦେଖିଥିଲି। କାହାର ହାତ ନାହିଁ ତ କାହାର ମୁଣ୍ଡ ନଥିବା ଜଣେ ଜଣେ ଯାତ୍ରୀ ଦେଖିବା କହିଛନ୍ତି । ଆହତ ଯାତ୍ରୀ ଜଣଙ୍କ ଚିକିତ୍ସା ବର୍ତ୍ତମାନ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଜାରି ରହିଛି । ଏଠାରେ ମୋଟ 72 ଜଣ ଚିକିତ୍ସିତ ହେଉଥିବା ବେଳେ 3 ଜଣ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି । ଚିକିତ୍ସାଳୟରେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର ଏବଂ ବିଧାୟକ ସଞ୍ଜୀବ ମଲ୍ଲିକ ଉପସ୍ଥିତ ଅଛନ୍ତି । ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ସମେତ ଅନ୍ୟ ବେସରକାରୀ ନର୍ସିଂ ହୋମରେ ମୋଟ 150ଟି ବେଡ ପ୍ରସ୍ତୁତ ଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ ଉଦ୍ଧାର କାର୍ଯ୍ୟ ପାଇଁ ଭଦ୍ରକରୁ 6ଟି 108 ଆମ୍ବୁଲାନ୍ସ ସମେତ ଅନ୍ୟ କିଛି ବେସରକାରୀ ଆମ୍ବୁଲାନ୍ସ ଏବଂ 2 ଟି ଅଗ୍ନିଶମ ବାହିନୀକୁ ଘଟଣା ସ୍ଥଳକୁ ପଠାଯାଇଛି। 

ଇଟିଭି ଭାରତ, ଭଦ୍ରକ

Last Updated : Jun 3, 2023, 10:39 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.