ଗଣତନ୍ତ୍ର ଦିବସ ପାଇଁ ପରେଡ଼ ପ୍ରସ୍ତୁତି ଶେଷ , 26ରେ କମ୍ପିବ ବାରବାଟୀ

🎬 Watch Now: Feature Video

thumbnail

By

Published : Jan 24, 2023, 9:57 PM IST

Updated : Feb 3, 2023, 8:39 PM IST

କଟକ: ଚଳିତବର୍ଷ ପାଳନ ହେବ କରୋନା ମୁକ୍ତ ଗଣତନ୍ତ୍ର ଦିବସ । ଏନେଇ ଆଜି ବାରବାଟୀ ଷ୍ଟାଡିୟମରେ ଗଣତନ୍ତ୍ର ଦିବସ ଉପଲକ୍ଷେ ଶେଷ ହୋଇଛି ପରେଡ଼ ପ୍ରସ୍ତୁତି । ଆସନ୍ତା 26 ତାରିଖରେ କଟକର ବାରବାଟୀ ଷ୍ଟାଡିଅମରେ ଅନୁଷ୍ଠିତ ହେବାକୁ ଥିବା ଗଣତନ୍ତ୍ର ଦିବସ ପରେଡ଼ରେ ମୋଟ 42ଜଣ ଯୋଗଦେବେ । ଏଥିମଧ୍ୟରୁ ପୋଲିସ ବ୍ୟାଣ୍ଡ ମିଶାଇ 4 ଟ୍ରୁପ ପୋଲିସ ପକ୍ଷରୁ ମଧ୍ୟ ସେମାନଙ୍କ ପରେଡ଼ ପ୍ରଦର୍ଶନ କରିବେ ବୋଲି କହିଛନ୍ତି କଟକ ଡିସିପି ପିନାକ ମିଶ୍ର ।  

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶ୍ରୀ ଭାରତୀ ସ୍କୁଲ ପକ୍ଷରୁ ଏକ ପିରାମିଡ ଅନୁଷ୍ଠିତ ହେବ। ତେବେ କୋଭିଡର ଦୁଇ ବର୍ଷ ବ୍ୟବଧାନ ପରେ ସମ୍ପୂର୍ଣ୍ଣ ଦର୍ଶକଙ୍କ ମଧ୍ୟରେ ଏହି ଉତ୍ସବ ପାଳନ ହେବ । ସମସ୍ତ ଗ୍ୟାଲେରୀରେ ଖଚାକଚ ଦର୍ଶକ ରହିବେ।  ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତକା ଉତ୍ତୋଳନ କରିବେ। ଏହାବ୍ୟତୀତ କୋଭିଡ ଯୋଦ୍ଧା , ମେଧାବୀ ଛାତ୍ରଛାତ୍ରୀ କ୍ରୀଡ଼ାବିତ ମାନଙ୍କୁ ପୁରସ୍କାର କରାଯିବ ବୋଲି କହିଛନ୍ତି ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ। 

କୋଭିଡ କାରଣରୁ ଯେଉଁ ଆଡ଼ମ୍ବର ଭାବରେ ଗଣତନ୍ତ୍ର ଦିବସ ପାଳନ ହେଉ ନଥିଲା ତାହା ଚଳିତବର୍ଷ ହେବା ନେଇ ପ୍ରସ୍ତୁତି ଚାଲିଛି। ଆଜି ବାରବାଟୀ ଷ୍ଟାଡିଅମରେ ଅନୁଷ୍ଠିତ ଶେଷ ପ୍ରସ୍ତୁତି ପରେଡ଼ରେ ଡିସିପି ନିଜେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କର ପରେଡ଼ ଦେଖିଥିଲେ। ବ୍ୟାଣ୍ଡ ସାଙ୍ଗକୁ ସମସ୍ତ ଟ୍ରୁପଙ୍କ ପ୍ରସ୍ତୁତି ବେଶ ଉଚ୍ଚ କୋଟିର ରହିଥିଲା। ଆଗମୀ 26 ତାରିଖ ଦିନ ବାରବାଟୀ ଷ୍ଟାଡିଅମରେ ଦର୍ଶକ ଙ୍କ ମଧ୍ୟରେ ପାଳିତ ହେବ ଏହି ଦିବସ। ଯାହାକୁ ନେଇ ସମସ୍ତଙ୍କ ମନରେ ଆନନ୍ଦ ଓ ଉତ୍ସାହ ଦୃଷ୍ଟିଗୋଚର ହୋଇଛି।  

ବିଶେଷକରି ପରେଡ଼ ସମୟରେ ଏକ ପିରାମିଡର ଦୃଶ୍ୟ ମଧ୍ୟ ଛାତ୍ରଛାତ୍ରୀମାନେ ଦୃଶ୍ୟପଟ କରାଇବେ। ଏଥିସହ ଯେଉଁ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନେ ପରେଡ଼ରେ ଅଂଶ ଗ୍ରହଣ କରୁଛନ୍ତି ସେମାନଙ୍କ ମଧ୍ୟରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯିବ। ଯାହାଦ୍ୱାରା ସେମାନଙ୍କ ମନୋବଳ ଵୃଦ୍ଧି ପାଇବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ।  


ଇଟିଭି ଭାରତ, କଟକ 

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.