ଲକ୍ଷ୍ନୌରେ ହେବ ସେନା ଦିବସର ମୁଖ୍ୟ କାର୍ଯ୍ୟକ୍ରମ, ପ୍ରସ୍ତୁତି ଜୋରଦାର - army day preparation
🎬 Watch Now: Feature Video
Published : Jan 13, 2024, 8:09 PM IST
Army Day Preparation: ଲକ୍ଷ୍ନୌ: ଚଳିତ ବର୍ଷ ଲକ୍ଷ୍ନୌରେ ହେବ ସେନା ଦିବସର ମୁଖ୍ୟ କାର୍ଯ୍ୟକ୍ରମ । ଆଉ ଦିନକ ପରେ ଅର୍ଥାତ୍ ୧୫ ତାରିଖରେ ପାଳନ ହେବ ୭୬ ତମ ସେନା ଦିବସ । ଏହି ଅବସରରେ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ବ୍ୟାପକ ଆୟୋଜନ କରାଯାଇଛି । ତେବେ ସେନା ଦିବସ ପୂର୍ବରୁ ବୀରତା, ପ୍ରତିଷ୍ଠିତ ଓ ବିଶିଷ୍ଟ ସେବା ଆଦି ବର୍ଗ ପାଇଁ ସେନା ପଦକ ପ୍ରଦାନ କରାଯାଇଛି । ଏଥିରେ ଜେନେରାଲ ଅଫିସର କମାଣ୍ଡିଂ ଇନ ଚିଫ୍ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ ।
ଏହା ମଧ୍ୟ ପଢନ୍ତୁ...ସେନାର ହିମସ୍ଖଳନ ଉଦ୍ଧାର ଅପରେସନ ଅଭ୍ୟାସ, ଦେଖନ୍ତୁ ଭିଡିଓ
ପାଖାପାଖି ୧୯ଜଣ ଅଧିକାରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ପରେ ପାରା-ମୋଟର ଚାଳକଙ୍କ 'ହୱାଇ ଶୋ' ସମସ୍ତଙ୍କୁ ଆକର୍ଷିତ କରିଥିଲା । ଏହା ପରେ ପରେଡ୍ କରାଯାଇଥିଲା । ସେନା ଦିବସ ପୂର୍ବରୁ ପରେଡ୍ ରିହରସଲ କରାଯାଉଛି । ସେନା ଦିବସ ପାଇଁ ଚାଲିଥିବା ପୂର୍ବ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଲେଫନେଣ୍ଟ ଜେନେରାଲ ଏନ ଏସ ରାଜା ସୁବ୍ରମଣ୍ୟମ । ତେବେ ସେନା ଦିବସର ଏହି ପ୍ରମୁଖ କାର୍ଯ୍ୟକ୍ରମ ଦ୍ବିତୀୟ ଥର ପାଇଁ ରାଜଧାନୀ ଦିଲ୍ଲୀ ପରିବର୍ତ୍ତେ ଅନ୍ୟ ସ୍ଥାନରେ କରାଯାଉଛି ।