thumbnail

By ETV Bharat Odisha Team

Published : Nov 7, 2023, 9:26 AM IST

ETV Bharat / Videos

ଜିଲ୍ଲାପାଳଙ୍କୁ ଘେରିଲେ ଓଟିଏମର ପୂର୍ବତନ କର୍ମଚାରୀ

କଟକ: ଚୌଦ୍ଵାରସ୍ଥିତ ଓଟିଏମ ଜମିକୁ ନେଇ ଓଟିଏମର ପୂର୍ବତନ କର୍ମଚାରୀ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଓଟିଏମ ଵନ୍ଦ ନିଷ୍ପତ୍ତି ଚୁଡାନ୍ତ ହେଵା ପରେ ସରକାର ସମ୍ପୃକ୍ତ ଯାଗାରେ କିଛି ବିକଳ୍ପ ଶିଳ୍ପ ସଂସ୍ଥା କରିବେ ଵୋଲି ନିଷ୍ପତ୍ତି ନେଇଛନ୍ତି । ତେଣୁ ଓଟିଏମ କାରଖାନା ଓ କଲୋନୀ ଥିବା ଯାଗାକୁ ଏବେ ଇଡକୋ ନେଇ ବାଡ ବନ୍ଦି କରିଵା ଆରମ୍ଭ କରିଛି । ଯାହାକୁ ନେଇ ଓଟିଏମ ପୂର୍ବତନ କର୍ମଚାରୀ ଓ ଓଟିଏମ କଲୋନୀ ବାସିନ୍ଦା ଇଡକୋର ଏଭଳି କାମକୁ ବିରୋଧ କରିଛନ୍ତି । ସ୍ଥାନୀୟ ଲୋକେ ଏହା ବିରୋଧରେ ଗତକାଲି ଏକ ଶୋଭାଯାତ୍ରାରେ ଯାଇ କଟକ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। । ତେବେ ଓଟିଏମ କଲୋନୀ ବାସିନ୍ଦାଙ୍କୁ ଉଚ୍ଛେଦ କରାନଯାଇ ପ୍ରଥମେ ସେମାନଙ୍କ ଥଇଥାନ ଵ୍ୟଵସ୍ଥା କରାଯାଉ ବୋଲି ସ୍ଥାନୀୟ ଲୋକଙ୍କ ଦାବି କରିଛନ୍ତି । ଏହାସହ ପ୍ରସ୍ତାବିତ ନୂଆ ଶିଳ୍ପାନୁଷ୍ଠାନରେ ଓଟିଏମର ପୂର୍ବତନ କର୍ମଚାରୀମାନଙ୍କ ପରିବାର ଲୋକଙ୍କୁ କର୍ମନିଯୁକ୍ତି ଦିଆଯିବା ପାଇଁ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି ।

 ଏହା ମଧ୍ୟ ପଢନ୍ତୁ- OTM ISSUE: ଜିଲ୍ଲା ପ୍ରଶାସନ ହାତକୁ ଗଲା ଓଟିଏମର ୫୨୧ ଏକର ଜମି

ଇଟିଭି ଭାରତ, କଟକ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.