thumbnail

ବରଗଡ଼ ଜିଲ୍ଲା ଗସ୍ତ କରି ବିଭିନ୍ନ ସ୍ଥାନ ପରିଦର୍ଶନ କଲେ ରାଜ୍ୟପାଳ

By ETV Bharat Odisha Team

Published : Dec 27, 2023, 11:16 AM IST

Governor Visit to Bargarh: 

ବରଗଡ: ମହାମହିମ ରାଜ୍ୟପାଳ ରଘୁବର ଦାସ ବରଗଡ଼ ଜିଲ୍ଲା ଗସ୍ତରେ ଯାଇ ପ୍ରଥମେ ଅତାବିରା ଦୁର୍ଗାଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ସହ ଆଲୋଚନା କରିଥିଲେ । ଏହାସହ ଗୋବିନ୍ଦପୁର ଗ୍ରାମପଞ୍ଚାୟତଠାରେ ଚାଷୀ ଭାଇ ଓ ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ତେବେ ପଞ୍ଚାୟତର ଚାଷୀ, ସ୍ବୟଂ ସହାୟକ ମହିଳା  ଅବସରପ୍ରାପ୍ତ ସୈନିକ ଓ ଛାତ୍ରଛାତ୍ରୀଙ୍କ ସହିତ ବିଭିନ୍ନ ସମସ୍ୟା ନେଇ ରାଜ୍ୟପାଳ ଆଲୋଚନା କରିଥିଲେ । ଏହି ଅବସରରେ କିଛି ଗ୍ରାମବାସୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା, ବାର୍ଦ୍ଧକ୍ୟ ଭତ୍ତା ଓ କଳାକାର ଭତ୍ତାରା ପରିମାଣ ବୃଦ୍ଧି କରିବା, ଗ୍ରାମରେ କଲ୍ୟାଣ ମଣ୍ଡପ ନିର୍ମାଣ, ପିଲାମାନଙ୍କ ପାଇଁ ଖେଳ ପଡ଼ିଆ ଆଦି ନିର୍ମାଣ କରିବା ପାଇଁ ଦାବି ଉପସ୍ଥାପନ କରିଥିଲେ । ଏନେଇ ତୁରନ୍ତ ସମାଧାନ ପାଇଁ ଚେଷ୍ଟା କରିବେ ବୋଲି କହିଥିଲେ ରାଜ୍ୟପାଳ । ତେବେ ଏହାପରେ ରାଜ୍ୟପାଳ ସୋହେଲା ବ୍ଲକ କେନ୍ଦପାଲି ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରି ପଦ୍ମପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ । ତେବେ ବିଭିନ୍ନ ସ୍ଥାନରେ ସରକାରଙ୍କ ଲୋକାଭିମୁଖୀ ଯୋଜାନା କିପରି ଭାବେ ସମସ୍ତଙ୍କ ନିକଟରେ ପହଞ୍ଚି ପାରିବ ସେ ନେଇ ରାଜ୍ୟପାଳ ଜନସାଧାରଣଙ୍କୁ ଅବଗତ କରାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ- ସମ୍ବଲପୁର ଗସ୍ତରେ ରାଜ୍ୟପାଳ, ନିଶା ନିବାରଣ ସଚେତନତା ପାଇଁ ଦେଲେ ପରାମର୍ଶ

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.