ଡ୍ରାଇଭର ସଙ୍ଘର ଆନ୍ଦୋଳନକୁ ଜୋରଦାର, ଚଣ୍ଡିଖୋଲରେ ଏକାଠି ହେଲେ 2ହଜାରରୁ ଉର୍ଦ୍ଧ୍ବ ଡ୍ରାଇଭର

By

Published : Mar 17, 2023, 11:04 PM IST

thumbnail

ଯାଜପୁର: ୧୦ ଦଫା ଦାବିରେ ଧାରଣା ଦେଇଥିଲା ସଂଘ । ୩ମାସ ମଧ୍ୟରେ ଦାବି ପୂରଣ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି ସରକାର । ହେଲେ ସରକାର ଦାବି ପୂରଣ ନକରିବା ପର୍ଯ୍ୟନ୍ତି ଧାରଣାରୁ ଓହରିବେନି ବୋଲି ସୂଚାଇ ଦେଇଛି ରାଉରକେଲା ଡ୍ରାଇଭର ସଙ୍ଘ । ଡ୍ରାଇଭର ମହାସଂଘ ପକ୍ଷରୁ ସାରା ରାଜ୍ୟରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରହିଥିବା ବେଳେ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଛକରେ ଜିଲ୍ଲାର ସମସ୍ତ ଡ୍ରାଇଭର ଏକତ୍ର ହୋଇ ଏକ ବଡ ଧରଣର ପ୍ରତିବାଦ  କରିଥିଲେ । ଜିଲ୍ଲାର ଶହସ୍ରାଧିକ ଡ୍ରାଇଭର ଏଥିରେ ସାମିଲ ହୋଇଥିଲେ । ଯାଜପୁର ଏସପି, ଅତିରିକ୍ତ ଏସପି, ଏସଡିପିଓଙ୍କ ସମେତ 6ଟି ଥାନାର ଥାନା ଅଧିକାରୀ ଜିଲ୍ଲା ପୋଲିସର ବରିଷ୍ଠ ଅଧିକାରୀ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଲୋକମାନଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଡ୍ରାଇଭରମାନେ ପ୍ରତିବାଦ ପ୍ରଦର୍ଶନରୁ ଓହରି ଯାଇଛନ୍ତି । ଡ୍ରାଇଭରମାନଙ୍କ 10 ଦଫା ଦାବି ନେଇ ଶାନ୍ତିଶୃଙ୍ଖଳାର ସହ ଏଠାରେ ଡ୍ରାଇଭରମାନେ ଏହି ଆନ୍ଦୋଳନ କରିଥିଲେ। । ଡ୍ରାଇଭର ମାନଙ୍କ ନ୍ୟାର୍ଯ୍ୟ ଦାବି ଗୁଡିକ ସରକାର ପୂରଣ ନକରିବା ପର୍ଯ୍ୟନ୍ତ ଡ୍ରାଇଭରମାନେ ଏହି ଆନ୍ଦୋଳନ ଜାରି ରଖିଥିବେ ବୋଲି କହିଛନ୍ତି । 
ଇଟିଭି ଭାରତ, ଯାଜପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.