ETV Bharat / state

15 ଦିନରେ 19 କୋଟି ଟଙ୍କାର ମାଦକ ଦ୍ରବ୍ୟ ଜବତ - EXCISE DEPT SUCCESS

ଅବକାରୀ ବିଭାଗକୁ ବଡ଼ ସଫଳତା । 19 କୋଟି ଟଙ୍କାର ବେଆଇନ ମାଦକ ଦ୍ରବ୍ୟ ଜବତ । 2-3 ବର୍ଷ ଭିତରେ ବେଆଇନ ନିଶା କାରବାର ବନ୍ଦ ଲକ୍ଷ୍ୟ ।

Excise Department Seizes Intoxicants
Excise Department Seizes Intoxicants (ETV Bharat Odisha)
author img

By ETV Bharat Odisha Team

Published : Jan 15, 2025, 10:54 PM IST

ଭୁବନେଶ୍ବର: ନୂଆବର୍ଷରେ ସ୍ପେଶାଲ ଡ୍ରାଇଭରେ ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। 15 ଦିନରେ ସ୍ପେଶାଲ ଡ୍ରାଇଭରେ 19 କୋଟି ଟଙ୍କାର ବେଆଇନ ମାଦକ ଦ୍ରବ୍ୟ ଜବତ କରିଛି ବିଭାଗ । 2-3 ବର୍ଷ ଭିତରେ ବେଆଇନ ମଦ ଓ ଡ୍ରଗ୍ସ କାରବାର ବନ୍ଦ ହେବା ନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ।

  • 19 କୋଟି ଟଙ୍କାର ମାଦକ ଦ୍ରବ୍ୟ ଜବତ:

15 ଦିନ ଭିତରେ ସ୍ପେଶାଲ ଡ୍ରାଇଭରେ 19 କୋଟି ଟଙ୍କାର ବେଆଇନ ମାଦକ ଦ୍ରବ୍ୟ ଜବତ କରିଛି ବିଭାଗ । ସ୍ପେଶାଲ ଡ୍ରାଇଭରେ ବହୁ ପରିମାଣରେ ବେଆଇନ ମଦ ଓ ଡ୍ରଗ୍ସ ଜବତ କରିଛି ବିଭାଗ। ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ନୂଆବର୍ଷକୁ ଆଖି ଆଗରେ ରଖି 15 ଦିନ ପାଇଁ ସ୍ପେଶାଲ ଡ୍ରାଇଭ କରିବାକୁ କହିଥିଲି । ବିଭାଗକୁ ବହୁ ସଫଳତା ମିଳିଛି । ଡିସେମ୍ବର 28 ତାରିଖରୁ ଜାନୁଆରୀ 12 ତାରିଖ ପର୍ଯ୍ୟନ୍ତ ଏହି ଡ୍ରାଇଭ ଚାଲିଥିଲା । ସେହି ସ୍ପେଶାଲ ଡ୍ରାଇଭରେ ବହୁ ପରିମାଣରେ ବେଆଇନ ମଦ ଓ ଡ୍ରଗ୍ସ ଜବତ ହୋଇଛି । କ୍ରମାଗତ ଭାବରେ ଆମେ ଏପରି କରିବୁ । ଓଡିଶାରୁ 2-3 ବର୍ଷ ଭିତରେ ବେଆଇନ ମଦ ଓ ଡ୍ରଗ୍ସ କାରବାର ରୋକିବା ପାଇଁ ଯାହା ପଦକ୍ଷେପ ନେଉଛୁ।"

Excise Department Seizes Intoxicants (ETV Bharat Odisha)

ଏହା ବି ପଢନ୍ତୁ...

ଅପରାଧ ରୋକିବାକୁ ପୁରୀରେ ସ୍ପେଶାଲ ଡ୍ରାଇଭ, ଗଳି କନ୍ଦି ବୁଲି ଲୋକଙ୍କ ମତାମତ ନେଉଛି ପୋଲିସ
ଆକ୍ସନ ମୋଡରେ ପୁରୀର ନୂଆ ଏସପି, ୨ ଡ୍ରଗ୍ସ ମାଫିଆ ଗିରଫ

ସ୍ପେଶାଲ ଡ୍ରାଇଭରେ 19 କୋଟି ଟଙ୍କାର ବେଆଇନ ମାଦକ ଦ୍ରବ୍ୟ ଜବତ କରିଛି ବିଭାଗ । ସେହିପରି 15 ଦିନରେ 4013 ଟି ମାମଲା ରୁଜୁ ହୋଇଥିବାବେଳେ 2 ହଜାର 176 ଜଣ ଗିରଫ ହୋଇଛନ୍ତି । ଏନେଇ ନିଜ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି ମନ୍ତ୍ରୀ । ରାଜ୍ୟ ଏବଂ ଜିଲ୍ଲାସ୍ତରୀୟ ଅବକାରୀ ଅଧିକାରୀଙ୍କ ନିଷ୍ଠାପର କାର୍ଯ୍ୟ ଯୋଗୁଁ ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ଗତ ୧୫ ଦିନ ଭିତରେ ୧୯ କୋଟି ଟଙ୍କା ମୂଲ୍ୟର ବେଆଇନ ମାଦକ ଦ୍ରବ୍ୟ ଜବତ ହୋଇଛି ।

  • ବିଭାଗୀୟ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଲେ ଅବକାରୀ ମନ୍ତ୍ରୀ:

ମନ୍ତ୍ରୀ ଉଲ୍ଲେଖ କରିଛନ୍ତି, "ପୂର୍ବରୁ ଗଣମାଧ୍ୟମକୁ ମୁଁ ଦେଇଥିବା ସୂଚନା ମୁତାବକ ଇଂରାଜୀ ନୂଆବର୍ଷ ପାଳନ ତଥା ରାଜ୍ୟରେ ବିଭିନ୍ନ ଉତ୍ସବ ଗୁଡିକୁ ଆଖି ଆଗରେ ରଖି ଅବକାରୀ ବିଭାଗ ସମ୍ପୂର୍ଣ୍ଣ ସଜାଗ ରହିଛି । ଗତ ଡିସେମ୍ବର ୨୮ ତାରିଖ ଠାରୁ ଜାନୁଆରୀ ୧୨ ତାରିଖ ପର୍ଯ୍ୟନ୍ତ ଚୋରା ତଥା ନକଲି ମଦ ସହ ବେଆଇନ ମାଦକ ଦ୍ରବ୍ୟର ପ୍ରସ୍ତୁତି, ଚାଲାଣ ଏବଂ ବିକ୍ରି ବିରୁଦ୍ଧରେ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିଲା । ସେହି ଅଭିଯାନରେ ସମୁଦାୟ ୪୦୧୩ ଗୋଟି ମାମଲା ରୁଜୁ ହୋଇଥିବାବେଳେ ୨ ହଜାର ୧୭୬ ଜଣଙ୍କୁ ଗିରଫ କରାଯାଇଛି। ଏହି ସଫଳତା ପାଇଁ ମୁଁ ବିଭାଗର ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.