thumbnail

ପୁଣେରେ ଓଡ଼ିଆ ପାଳିଲେ ହସ୍ତତନ୍ତ ଦିବସ, ଓଡି଼ଶା କାରିଗରୀର ପ୍ରଚାର ପ୍ରସାର ଲକ୍ଷ୍ୟ

By

Published : Aug 7, 2023, 7:45 AM IST

ମୁମ୍ବାଇ: ମହାରାଷ୍ଟ୍ରର ପୁଣେରେ ଓଡ଼ିଆ ପାଳିଲେ ହସ୍ତତନ୍ତ ଦିବସ । ପ୍ରତିବର୍ଷ ଅଗଷ୍ଟ 7 ତାରିଖ ଅର୍ଥାତ ଆଜିର ଦିନକୁ ଜାତୀୟ ହସ୍ତତନ୍ତ ଦିବସ ଭାବେ ପାଳନ କରାଯାଉଥିବାବେଳେ ଏହି ଅବସରରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ପୁଣେରେ ଥିବା ସ୍ବାଭିମାନୀ ଓଡିଆ ମହିଳା ସଂଗଠନ । ପିମ୍ପ୍ରି ଚିନୱାଡ ସହରରେ କୋକନେ ଛକରେ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଛି । ଏଥିରେ ଓଡିଶାର କଳା ଓ ସଂସ୍କୃତି ବହନ କରୁଥିବା ବିଭିନ୍ନ ଡିଜାଇନର ସାଢୀ ଏବଂ କପଡ଼ା ଆଦି ଥିବା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ...ଯେବେ ଏସି-କୁଲର ନଥିଲା ? ହଜିବାକୁ ବସିଛି ବେଣାଚେର ପରଦା କାରିଗରୀ, ସହାୟତା ଅପେକ୍ଷାରେ କାରିଗର

ତେବେ ଓଡ଼ିଶାର ସମୃଦ୍ଧ ପରମ୍ପରା ତଥା କଳା ଏବଂ କାରିଗରୀକୁ ବଞ୍ଚାଇ ରଖିବା ପାଇଁ ଏହି ପ୍ରୟାସ କରିଛନ୍ତି ସ୍ବାଭିମାନୀ ଓଡିଆ ମହିଳା ସଂଗଠନର ସଦସ୍ୟ । କାରିଗରଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଜାତୀୟ ହସ୍ତତନ୍ତ ଦିବସ ପାଳନ କରିବା ଆରମ୍ଭ କରିଥିଲେ । ୨୦୧୫ ମସିହା ଅଗଷ୍ଟ 7 ତାରିଖରେ ପ୍ରଥମ କରି ହସ୍ତତନ୍ତ ଦିବସ ପାଳନ କରାଯାଇଥିଲା । ଏହି ତାରିଖକୁ ସ୍ୱଦେଶୀ ଆନ୍ଦୋଳନର ଏକ ବିଶେଷ ଦିନ ଭାବେ ସ୍ମରଣ କରାଯାଏ । ବିଶେଷ ଭାବେ ହସ୍ତତନ୍ତ ବୁଣାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ସରକାର ଏଭଳି ପ୍ରୟାସ କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.