ବିଦେଶ ମାଟିରେ ସମ୍ବଲପୁରୀ ଶାଢ଼ୀ ପିନ୍ଧି ମାରାଥନ ଦୌଡିଲେ ଓଡ଼ିଆ ଝିଅ - ସମ୍ବଲପୁରୀ ଶାଢ଼ୀ ପିନ୍ଧି ମାରାଥନ ମୈଦାନରେ ମହିଳା

🎬 Watch Now: Feature Video

thumbnail

By

Published : Apr 18, 2023, 5:50 PM IST

Updated : Apr 19, 2023, 1:21 PM IST

ହାଇଦ୍ରାବାଦ: ଶାଢ଼ୀ ପିନ୍ଧି ମାରାଥନରେ ଦୌଡିବା, ଏହା ସମ୍ଭବ କି ? କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ବିଦେଶ ମାଟିରେ ସମ୍ବଲପୁର ଶାଢ଼ୀ ପିନ୍ଧି ମାରାଥନ ମୈଦାନକୁ ଓହ୍ଲାଇଛନ୍ତି ପ୍ରବାସୀ ଓଡ଼ିଆ ମଧୁସ୍ମିତା ଜେନା । ବ୍ରିଟେନର ମଞ୍ଚେଷ୍ଟରରେ ମଧୁସ୍ମିତା ଜେନା ରୁହନ୍ତି । ସେଠାରେ ଆୟୋଜିତ ମଞ୍ଚେଷ୍ଟର ମାରାଥନ ୨୦୨୩ରେ ମଧୁସ୍ମିତା ଅଂଶ ଗ୍ରହଣ କରିଥିଲେ । ସବୁଠାରୁ ବଡ଼ କଥା ହେଲା, ସେ ସମ୍ବଲପୁରୀ ଶାଢ଼ୀ ପିନ୍ଧି ମୈଦାନକୁ ଓହ୍ଲାଇଥିଲେ । ୪୨.୨ କିଲୋମିଟର ମାରାଥନକୁ ସେ ୪ ଘଣ୍ଟା ୫୦ ମିନିଟରେ ସଫଳତାର ସହ ପୂର୍ଣ୍ଣ କରିଥିଲେ ।  କ୍ରୀଡ଼ା ସହିତ ଓଡ଼ିଶାର ଅପୂର୍ବ କାରିଗରିକୁ ପ୍ରଦର୍ଶନ କରିବାର ଏକ ନିଆରା ପ୍ରୟାସ । ମାରାଥନ ସମୟରେ ମଧୁସ୍ପିତାଙ୍କ ଶାଢ଼ୀ ସଭିଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଦେଶର କଳା, ସଂସ୍କୃତିକୁ ଉପସ୍ଥାପନା କରିବାର ଏହି ପ୍ରୟାସକୁ ସଭିଏଁ ପ୍ରଶଂସା କରିଥିଲେ । ସମ୍ବଲପୁରୀ ଶାଢ଼ୀରେ ଲମ୍ବା ମାରାଥନକୁ ପୂର୍ଣ୍ଣ କରିଥିବାରୁ ନିଜକୁ ଗର୍ବ ଅନୁଭବ କରୁଥିବା ମଧୁସ୍ମିତା କହିଛନ୍ତି ।  

Last Updated : Apr 19, 2023, 1:21 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.