ICC ପ୍ରମୋରେ ସ୍ଥାନ ପାଇଲେ ଓଡ଼ିଆ ପୁଅ: ଚର୍ଚ୍ଚାରେ ବିରାଟଙ୍କ ଫ୍ୟାନ୍ ପିଣ୍ଟୁଙ୍କ ଟାଟୁ - viral tattoo
🎬 Watch Now: Feature Video
ବ୍ରହ୍ମପୁର: ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି ଆଇସିସି ୱାଲର୍ଡ କପ୍ । ଯେଉଁଥିପାଇଁ ଆଇସିସି ପକ୍ଷରୁ ପ୍ରମୋ ରିଲିଜ ହୋଇଥିବାବେଳେ ଏଥିରେ ସ୍ଥାନ ପାଇଛନ୍ତି ବିରାଟ କୋହଲିଙ୍କ ଓଡ଼ିଆ ଫ୍ୟାନ୍ ପିଣ୍ଟୁ ବେହେରା । ବ୍ରହ୍ମପୁର ସହରର ପିଣ୍ଟୁ ପୂର୍ବରୁ ନିଜର ଶରୀରରେ ବିରାଟଙ୍କ ଭଳିକି ଭଳି ଟାଟୁ ଆଙ୍କି ଅନେକ ପ୍ରଶଂସା ସାଉଁଟିଥିଲେ। ଆଉ ଏବେ ସେ ବିଶ୍ୱ ଦରବାରର ପ୍ରମୋରେ ସ୍ଥାନ ପାଇଛନ୍ତି ।
ପୂର୍ବରୁ ନିଜର ଶରୀରର ବିଭିନ୍ନ ସ୍ଥାନରେ ବିରାଟଙ୍କ ବିଭିନ୍ନ ଟାଟୁ କରିଥିବା ପିଣ୍ଟୁଙ୍କୁ ବିଶାଖପାଟଣାରେ ମ୍ୟାଚ୍ରେ ଖୋଦ୍ ବିରାଟ ତାଙ୍କୁ ଆଲିଙ୍ଗନ କରିଛନ୍ତି । ଆୟୋଜିତ କ୍ରୀଡ଼ାରେ ସେ ଅଫିସିଆଲ୍ ଫ୍ୟାନ୍ ଭାବରେ ପରିଚିତ ହୋଇଛନ୍ତି । ବର୍ତ୍ତମାନ ପ୍ରମୋରେ ପିଣ୍ଟୁ ସ୍ଥାନ ପାଇବା ଓଡିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଛି । ତେବେ ICC ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏହି ପ୍ରମୋରେ ପିଣ୍ଟୁଙ୍କ ସହ ସଚିନ ତେନ୍ଦୁଲକରଙ୍କ ଫ୍ୟାନ୍ ସୁଧୀର ଚୌଧୁରୀ ମଧ୍ୟ ରହିଛନ୍ତି ।
ଦେଶର ଖେଳାଳି, ଟିମ୍କୁ ନେଇ ଏହି ୨ ମିନିଟ୍ ୧୨ ସେକେଣ୍ଡର ବିଶ୍ବକପ୍ କ୍ରିକେଟର ଝଲକ ଅତ୍ୟନ୍ତ ଆକର୍ଷଣୀୟ ଭାବରେ ପ୍ରସ୍ତୁତ ହୋଇଛି । ମୁଖ୍ୟତଃ ବ୍ରହ୍ମପୁରର ପିଣ୍ଟୁଙ୍କ ପିଠି, ହାତ, ଛାତି ଭଳି ଦେହ ସାରା ବିରାଟଙ୍କ ଟାଟୁ ରହିଥିବା ପ୍ରମୋରେ ଅତି ସୁନ୍ଦର ଭାବେ ଦର୍ଶାଯାଇଛି । ଆଉ ବିରାଟ କୋହଲିଙ୍କ ପାଇଁ ଦିୱାନା ପିଣ୍ଟୁଙ୍କ ସ୍ୱପ୍ନ ପୂରଣ ହୋଇଛି ।
ଇଟିଭି ଭାରତ, ବ୍ରହ୍ମପୁର