୧୨ରୁ ଓଡ଼ିଶା କ୍ରିକେଟ୍ ଲିଗ୍, ମୁହାଁମୁହିଁ ହେବେ ୬ ଦଳ - ଓଡ଼ିଶା କ୍ରିକେଟ୍ ଲିଗ୍
🎬 Watch Now: Feature Video
କଟକ: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଆୟୋଜନ କରିବ ଓଡ଼ିଶା କ୍ରିକେଟ୍ ଲିଗ୍ । ଚଳିତ ମାସ ୧୨ରୁ ୨୮ ତାରିଖ ପର୍ଯ୍ୟନ୍ତ ଖେଳାଯିବ ସମସ୍ତ ମୁକାବିଲା । ଟି୨୦ ଫର୍ମଟରେ ଖେଳାଯିବ ସମସ୍ତ ମୁକାବିଲା । ମୋଟ ୬ ଟିମ ଏହି ଲିଗ୍ରେ ସାମିଲ ହୋଇଛନ୍ତି । ଓଡିଶା ଲାୟନ୍ସ, ଓଡିଶା ଟାଇଗର୍ସ, ଓଡିଶା ଜାଗୁଆର୍ସ, ଓଡିଶା ପୁମାସ୍, ଓଡିଶା ପାନ୍ଥର୍ସ ଏବଂ ଓଡ଼ିଶା ଚିତାସ୍ ଏହି ମେଗା ପ୍ରତିଯୋଗିତାରେ ଦେଖାଇବେ ଦମ । କଟକ ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳାଯିବ ସମସ୍ତ ମ୍ୟାଚ୍ । ପ୍ରତ୍ୟକ ଦିନ ଖେଳାଯିବ ଦୁଇଟି ମ୍ୟାଚ୍ ।
ବିଭିନ୍ନ ଦଳର ଅଧିନାୟକଙ୍କ କଥା କହିବାକୁ ଗଲେ ଟାଇଗର୍ସର ଅଧିନାୟକ ଭାର ଶୁଭ୍ରାଂଶୁ ସେନାପତିଙ୍କ କାନ୍ଧରେ ରହିଛି । ସେହିପରି ଚିତାସ୍ର ଅଧିନାୟକ ସୂର୍ଯ୍ୟକାନ୍ତ ପ୍ରଧାନ, ପାନ୍ଥର୍ସର ଅଧିନାୟକ ସନ୍ଦୀପ ପଟ୍ଟନାୟକ, ପୁମାସ୍ର ସ୍ବସ୍ତିକ ସାମଲ, ଲାୟନ୍ସର ଅଧିନାୟକ ବୀପ୍ଳବ ସାମନ୍ତରାୟ ଓ ଜାଗୁଆର୍ସର ଅଧିନାୟକ ଭାର ଅଭିଜ୍ଞ ଗୋବିନ୍ଦ ପୋଦାରଙ୍କ ନିକଟରେ ରହିଛି । ପ୍ରତ୍ୟକ ଟିମ ୧୦ଟି ଲେଖାଏଁ ମ୍ୟାଚ ଖେଳିବେ । ମୋଟ ୩୩ଟି ମ୍ୟାଚ୍ ଏହି ଲିଗ୍ରେ ଖେଳାଯିବ । ଆଇପିଏଲ ଭଳି ଲାଲ୍ ଓ ସବୁଜ କ୍ୟାପ ମଧ୍ୟ ଅଧିକ ୱିକେଟ ଟେକର ଓ ରନ ସ୍କୋରର୍ଙ୍କ ପାଇଁ ଉପଲବ୍ଧ କରିଛି ଓଡିଶା କ୍ରିକେଟ ସଂଘ । ମୋଟ ୯୨ ଖେଳାଳୀଙ୍କୁ ୬ଟି ଟିମରେ ରଖାଯାଇଛି । ଏହି ଲିଗ୍ରେ ଭଲ ପ୍ରଦର୍ଶନ ହେଲେ ସେମାନଙ୍କୁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଖେଳିବାର ସୁଯୋଗ ମିଳିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓସିଏ ସିଏଇଓ ସୁବ୍ରତ ବେହେରା । ତେବେ ଏହିଭଳି ଟି୨୦ ଫର୍ମାଟ୍ରେ ଖେଳ ହେବାଦ୍ବାରା ଅନେକ ନୂଆ ନୂଆ ଖେଳାଳୀ ସାମ୍ନାକୁ ଆସିବେ । ଯାହାକୁ ନେଇ ଓସିଏର ଭିଜନ ୨୦୨୪ ଲକ୍ଷ ସଫଳ ହୋଇ ପାରିବ ବୋଲି ସ୍ପଷ୍ଟ କରିଛି ଓସିଏ । ତେବେ ବିଗତ ଦିନରେ ଓଡ଼ିଶା ଟି୨୦ ଫର୍ମାଟ୍ରେ ଏତେ ଆଖି ଦୃଶିଆ ପ୍ରଦର୍ଶନ କରି ପାରିନାହିଁ । ତେଣୁ ବର୍ତ୍ତମାନ ସମୟରେ ଏପରି ମେଗା ଆୟୋଜନ ଓଡିଶା କ୍ରିକେଟକୁ ଆହୁରି ଆଗକୁ ନେବ ବୋଲି ଓସିଏ ଲକ୍ଷ୍ୟ ରଖିଛି ।
ଇଟିଭି ଭାରତ, ଭୁବନେଶ୍ବର