Nuakhai: ଚଳଚଞ୍ଚଳ ସୁବର୍ଣ୍ଣପୁର, ପାହୁର ଭୋଗ ପରେ ନବାର୍ଣ୍ଣ ଭକ୍ଷଣ କଲେ ଶ୍ରଦ୍ଧାଳୁ - ସୁବର୍ଣ୍ଣପୁରରେ ପାହୁର ଯାତ୍ରା

🎬 Watch Now: Feature Video

thumbnail

By ETV Bharat Odisha Team

Published : Sep 20, 2023, 11:42 AM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସଦର ପୌର ପରିଷଦ ଓ ପାହୁର ଯାତ୍ରା କମିଟି ପକ୍ଷରୁ ପାହୁର ଯାତ୍ରା ପାଇଁ ବ୍ୟାପକ ଆୟୋଜନ କରାଯାଇଥିଲା । ନୂଆମାଟି ହାଣ୍ଡି ସହିତ ଦେବାଦେବୀଙ୍କ ମନ୍ଦିର ପାଇଁ ନୂଆ ବାନା, ଅନ୍ନ ପାଇଁ ନୂଆ ସରିଆ ଧାନରୁ ପ୍ରସ୍ତୁତ ଅରୁଆ ଚାଉଳ, ଗୁଆ ଘିଅ ,ମହୁ, ଦହି , କ୍ଷୀର ସହିତ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପାଇଁ ପନିପରିବା ଆଦି ଏକ ଆଡ଼ମ୍ବରପୂର୍ଣ ଶୋଭାଯାତ୍ରାରେ ଏହି ପାହୁର ଭୋଗ ଗଡଜାତର ଇଷ୍ଟଦେବୀ ମା ସୁରେଶ୍ୱରୀଙ୍କ ସମେତ ଅଷ୍ଟଚଣ୍ଡୀ ଓ ହନୁମାନ ମନ୍ଦିରକୁ ପହଞ୍ଚିଛି । ଗଡଜାତ ଶାସନ ସମୟରେ ଏହି ପାହୁର ଖଞ୍ଜା ଚୌହାନ ରାଜ ପ୍ରସାଦ ନିକଟସ୍ଥ ଦେବୀ ମା କନକ ଦୁର୍ଗାଙ୍କ ମନ୍ଦିରରୁ ଯାଉଥିଲା । ହେଲେ ଏବେ ଏହି ପାହୁର ଭୋଗ ଖଞ୍ଜା ଦେବୀ ମା ସମଲେଇଙ୍କ ପୀଠରୁ ଯାଉଛି । ଆଜି ନିର୍ଦ୍ଧାରିତ ଲଗ୍ନରେ ଦେବୀ ମନ୍ଦିର ଗୁଡିକରେ ନବାର୍ଣ୍ଣ ସମର୍ପଣ କରିବା ପାଇଁ ପଣ୍ଡିତ ମହାସଭା ପୂର୍ବରୁ ସ୍ଥିର କରିଥିବା ଲଗ୍ନରେ ଆଡମ୍ବରପୂର୍ଣ୍ଣ ଶୋଭାଯାତ୍ରାରେ ପାହୁର ଭୋଗ ପହଞ୍ଚିଛି । 

ଏହା ମଧ୍ୟ ପଢନ୍ତୁ-ବାଲୁକା ଚିତ୍ରକଳାରେ ନୂଆଁଖାଇ ପର୍ବର ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ସୁଦର୍ଶନ

ଇଟିଭି ଭାରତ, ସୁବର୍ଣ୍ଣପୁର  

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.