ଅକ୍ଟୋବରରେ ଆସୁଛି କି ବାତ୍ୟା ? ଦ୍ବନ୍ଦ ଦୂର କଲେ ଆଇଏମଡି ଡିଜି - ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର

🎬 Watch Now: Feature Video

thumbnail

By ETV Bharat Odisha Team

Published : Sep 22, 2023, 5:10 PM IST


ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ବାତ୍ୟା ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ଆସିନାହିଁ ବୋଲି ସେ କହିଛନ୍ତି । ଆଇଏମଡି ଡିଜି କହିଛନ୍ତି, "ଆଜି କୌଣସି ବାତ୍ୟାର ପୂର୍ବାନୁମାନ ଜାରି କରାଯାଇନାହିଁ । ଗୁରୁବାର ସାପ୍ତାହିକ ପୂର୍ବାନୁମାନ ଜାରି କରାଯାଏ । ସେହି ଅନୁସାରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସେପ୍ଟେମ୍ବର ମାସ ଶେଷ ଆଡକୁ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ତାହା କ୍ରମଶଃ ଘନିଭୂତ ହୋଇ ଗୋଟିଏ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ । ଯାହାକି ଅତିବେଶୀରେ ଏକ ଅବପାତର ରୂପ ନେଇପାରେ ।"

ଏହା ବି ପଢନ୍ତୁ...Cyclone Alert: ଅକ୍ଟୋବରରେ ଓଡ଼ିଶାରେ ବାତ୍ୟା !

ସେ ଆହୁରି ମଧ୍ୟ କହିଛନ୍ତି, "କେବଳ ମଡେଲକୁ ନେଇ ବାତ୍ୟାର ପୂର୍ବାନୁମାନ କରାଯାଏନାହିଁ । ଅବଜର୍ଭେସନ ସହିତ ବିଭିନ୍ନ ମଡେଲକୁ ନେଇ ଫୋରକାଷ୍ଟ ପ୍ରଦାନ କରାଯାଇଥାଏ । 5 ଦିନ ପୂର୍ବରୁ ବାତ୍ୟାର ପୂର୍ବାନୁମାନ କରାଯାଏ । ଘୂର୍ଣ୍ଣିବଳୟ ହେଲା ପରେ ଜଣାପଡିବ ବାତ୍ୟା ହେବ କି ଲଘୁଚାପ ହେବ । ତେଣୁ ସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ।"

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.