ଏଡି ବେଳାଭୂମିରେ NCCର ପୁନିତ୍ ସାଗର ଅଭିଯାନ - ଏଡି ବେଳାଭୂମିରେ ପୁନିତ୍ ସାଗର ଅଭିଯାନ
🎬 Watch Now: Feature Video
ବ୍ରହ୍ମପୁର: ଗୋପାଳପୁର ଏଡି ବେଳାଭୂମିରେ ପୁନିତ୍ ସାଗର ଅଭିଯାନ । ଏନସିସି ଦ୍ଵାରା ସମୁଦ୍ରକୂଳ, ହ୍ରଦ, ନଦୀ, ପୁଷ୍କରିଣୀ ଆଦି ଜଳସ୍ରୋତକୁ ପରିଷ୍କାର ଏବଂ ଅବକ୍ଷୟଯୋଗ୍ୟ ବର୍ଜ୍ୟବସ୍ତୁରୁ ମୁକ୍ତ ରଖିବା ପାଇଁ ସଚେତନତା ସୃଷ୍ଟି କରିବାର ଏହା ଏକ ଅଭିନବ ପ୍ରୟାସ । ଶନିବାର ସାତ୍ତ୍ୱିକ ସୋଲ ଫାଉଣ୍ଡେସନ ବ୍ରହ୍ମପୁର ଟିମ୍ ଓ ଏନସିସି ଦ୍ବିତୀୟ ଓଡିଶା ବାଟାଲିୟନ ବିଭିନ୍ନ କ୍ୟାଡେଟଙ୍କ ମିଳିତ ଆନୁକୂଲ୍ୟରେ ଏହି ସଫେଇ କାର୍ଯ୍ୟକ୍ରମ ଗୋପାଳପୁର ସ୍ଥିତ ଏଡି ବେଳାଭୂମିରେ ଅନୁଷ୍ଠିତ ହୋଇଥିଲା । ଏହାରି ମାଧ୍ୟମରେ ସେମାନେ କିପରି ପ୍ଲାଷ୍ଟିକ ବିହୀନ ସମାଜ ଗଠନ କରିବେ ସେନେଇ ପ୍ରତିଜ୍ଞା ନେଇଥିଲେ । ଏଥିସହ ସେଠାରେ ଥିବା ମତ୍ସ୍ୟଜୀବୀଙ୍କ ସହିତ ମଧ୍ୟ ସମ୍ପର୍କ କରିଥିଲେ । କିପରି ସେମାନେ ରହୁଥିବା ନିଜ ପରିବେଶକୁ ସଫେଇ କରିବେ ଏବଂ ଛୋଟ ଛୋଟ ପ୍ଲାଷ୍ଟିକଗୁଡ଼ିକୁ ଅଲଗା ରଖି ଆବର୍ଜନା କୁଣ୍ଡରେ ପକାଇବେ ସେନେଇ ସଚେତନ କରାଯାଇଥିଲା । ସମୁଦ୍ର ଇଗଲ ପ୍ରକଳ୍ପ ମଧ୍ୟ ବ୍ୟବହାର କରି ଛୋଟ ଛୋଟ ପ୍ଲାଷ୍ଟିକକୁ ଅଲଗା କରାଯିବା ସହ ୫୦କେଜିରୁ ଊର୍ଦ୍ଧ୍ବ ପ୍ଲାଷ୍ଟିକ ସଂଗ୍ରହ କରିଛନ୍ତି । ତେବେ ଏହି କାର୍ଯ୍ୟକୁ ସୁଚାରୁରୂପେ କରିବା ପାଇଁ ଏନସିସିର କର୍ଣ୍ଣେଲ କୁଲଦୀପ ସିଂ ଏବଂ ସାତ୍ତ୍ୱିକ ସୋଲ ଫାଉଣ୍ଡେସନ ଗଞ୍ଜାମ ଜିଲ୍ଲାର ସଂଯୋଜକ ଭାରତ ଗୌରବ ଦାସଙ୍କ ସହ ବହୁ ସ୍ବେଚ୍ଛାସେବୀ ଉପସ୍ଥିତ ରହିଥିଲେ ।
ଇଟିଭି ଭାରତ, ବ୍ରହ୍ମପୁର