ETV Bharat / technology

କାଲି ନୁହେଁ ଏହି ଦିନ ହେବ ସ୍ପେଶ୍‌ ଡକିଂ ପ୍ରକ୍ରିୟା; ତାରିଖ ଘୁଞ୍ଚାଇଲା ISRO - ISRO RESCHEDULES SATELLITE DOCKING

ଆସନ୍ତାକାଲି (ଜାନୁଆରୀ 7) ଇସ୍ରୋ SpaDeX ମିଶନ ଜରିଆରେ ସ୍ପେଶ୍‌ ଡକିଂ ପ୍ରକ୍ରିୟା ପରୀକ୍ଷଣ କରିବାକୁ ଯୋଜନା କରିଥିଲା । ହେଲେ ଏହି ପରୀକ୍ଷଣ ସମୟ ଘୁଞ୍ଚାଇଛି ସଂସ୍ଥା । କେବେ ହେବ ଜାଣନ୍ତୁ...

ISRO reschedules satellite docking
ISRO reschedules satellite docking (Photo Credit- ISRO)
author img

By ETV Bharat Tech Team

Published : Jan 6, 2025, 3:25 PM IST

ହାଇଦ୍ରାବାଦ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଆଜି ଅପରାହ୍ନରେ ଏକ ବଡ଼ ଘୋଷଣା କରିଛି । ଗତ ଡିସେମ୍ବର 30 ତାରିଖରେ ଲଞ୍ଚ କରିଥିବା ଐତିହାସିକ ମିଶନ SpaDex ଜରିଆରେ ଆସନ୍ତାକାଲି (ଜାନୁଆରୀ 7) ହେବାକୁ ଥିବା ଡକିଂ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି । ମହାକାଶରେ ଏହି ପ୍ରକ୍ରିୟା ଆସନ୍ତାକାଲି ହେବାକୁ ସମୟ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଏହାକୁ ଜାନୁଆରୀ 9 ତାରିଖକୁ ଘୁଞ୍ଚାଇଛି ସଂସ୍ଥା । ଏହି ମିଶନ ଇସ୍ରୋ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ କାରଣ, ଏହା ସଫଳ ହେଲେ ଆଗାମୀ ସ୍ପେଶ ଅପେରସନ ଲାଗି ବାଟ ଖୋଲିବ, ଏଥିରେ ଇସ୍ରୋର 'ଭାରତୀୟ ସ୍ପେଶ ଷ୍ଟେସନ' ମଧ୍ୟ ସାମିଲ ।

ଏହି ମିଶନର ନାମ ସ୍ପେଶ ଡକିଂ ଏକ୍ସପରିମେଣ୍ଟ (SpaDex) ରଖାଯାଇଛି । ଇସ୍ରୋ ଏହି ମିଶନ ଜରିଆରେ ଦୁଇଟି ସ୍ପେଶକ୍ରାଫ୍ଟ SDX01 ଓ SDXO2କୁ ମହାକାଶକୁ ଉତକ୍ଷେପଣ କରିଛି । ଡିସେମ୍ବର 30 ତାରିଖ ରାତି ପ୍ରାୟ 10ଟା ବାଜି 15 ସେକେଣ୍ଡରେ ଏହାକୁ ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରକୁ ଲଞ୍ଚ କରାଯାଇଥିଲା । 2024 ବର୍ଷ ଶେଷରେ ଏହି ମିଶନକୁ ଲଞ୍ଚ କରି ଇସ୍ରୋ ଇତିହାସ ରଚିଥିଲା ।

ଡକିଂ ଓ ଅନଡକିଂ ପ୍ରକ୍ରିୟା କଣ ?

ପୋଲାର ସାଟେଲାଇଟ୍ ଲଞ୍ଚିଂ ଯାନ (PSLV-C60) 220 କିଲୋଗ୍ରାମର ଦୁଇଟି ସାଟେଲାଇଟ୍‌କୁ 470 କିଲୋମିଟର ବୃତ୍ତାକାର କକ୍ଷପଥରେ ରଖାଯାଇଥିଲା । ଏହି ମିଶନ ମାଧ୍ୟମରେ ମହାକାଶରେ ଡକିଂ ଓ ଅନଡକିଂ ପ୍ରକ୍ରିୟାକୁ ପରୀକ୍ଷଣ କରିବ ଇସ୍ରୋ । 'ଡକିଂ'ର ଅର୍ଥ ହେଉଛି ଗୋଟିଏ ମହାକାଶଯାନକୁ ଅନ୍ୟ ସହିତ ସଂଯୋଗ କରିବା ଏବଂ ମହାକାଶରେ ସଂଯୁକ୍ତ ଦୁଇଟି ମହାକାଶଯାନର ପୃଥକୀକରଣକୁ 'ଅନଡକିଂ' କୁହାଯାଏ । ଚନ୍ଦ୍ରରୁ ନମୁନା ଆଣିବା, ଭାରତୀୟ ମହାକାଶ ଷ୍ଟେସନ (BAS) ନିର୍ମାଣ ଭଳି ଭାରତର ଉଚ୍ଚାଭିଳାଷୀ ମିଶନ ପାଇଁ ଏହି ଟେକ୍ନୋଲୋଜି ବେଶ ଗୁରୁତ୍ବପୂର୍ଣ୍ଣ ।

କାହିଁକି ଘୁଞ୍ଚିଲା ତାରିଖ ?

ଡକିଂ ପ୍ରକ୍ରିୟା ଲାଗି ଦୁଇଟି ସ୍ପେଶକ୍ରାଫ୍ଟ ଗୋଟିଏ ସରଳରେଖାରେ ରହିବା ଆବଶ୍ୟକ ଓ ସଠିକ ପାୱାର ଅପ୍ଟିମାଇଜେସନର ମଧ୍ୟ ଆବଶ୍ୟକତା ରହିଛି । ଇସ୍ରୋ ନିଜର 18 ଗ୍ରାଉଣ୍ଡ ଷ୍ଟେସନ ଓ ଅତିରିକ୍ତ ଅନ୍ତର୍ଜାତୀୟ ସୁବିଧାର ବ୍ୟବହାର କରି ଉଭୟ ମହାକାଶ ଯାନ ଉପରେ ନଜର ରଖିଛି । ତେବେ ଡକିଂ ସମୟ ଘୁଞ୍ଚିବାର କାରଣ ଇସ୍ରୋ ପକ୍ଷରୁ ସ୍ପଷ୍ଟ କରାଯାଇନଥିବା ବେଳେ କିଛି ବିଶେଷଜ୍ଞଙ୍କ ମତରେ, ଶେଷ ସମୟରେ କୌଣସି ଯାନ୍ତ୍ରିକ ତ୍ରୁଟି ଘଟିଥାଇପାରେ କିମ୍ବା ପ୍ରି-ଲଞ୍ଚିଂ ବେଳେ କିଛି ସମସ୍ୟା ଉପୁଜିଥାଇପାରେ ବୋଲି କୁହାଯାଉଛି । ପୂର୍ବରୁ ଇସ୍ରୋ ମୁଖ୍ୟ ଏସ.ସୋମନାଥନ କହିଥିଲେ ଯେ ସ୍ପେଶ ଡକିଂ ଓ ଅନଡକିଂ ଲାଗି ଜାନୁଆରୀ 7 ତାରିଖ ଏକ ସମ୍ଭାବିତ ତାରିଖ । ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଅନୁକୂଳ ପରିସ୍ଥିତି ଉପରେ ନିର୍ଭର କରେ ।

ମିଶନ ସଫଳ ହେଲେ କଣ ମିଳିବ ଫାଇଦା ?

‘ସ୍ପେଡେକ୍ସ ମିଶନ’ ସଫଳ ହେଲେ ଭାରତ ମହାକାଶରେ ନିଜର ସ୍ପେଶ ଷ୍ଟେସନ ସ୍ଥାପନ କରିପାରିବା ସହ ମହାକାଶରେ 'ଡକିଂ' ଟେକ୍ନୋଲୋଜି ବ୍ୟବହାର କ୍ଷେତ୍ରରେ ବିଶ୍ବରେ ଆମେରିକା, ଋଷ, ଚୀନ ପରେ ଚତୁର୍ଥ ସଫଳ ଦେଶ ଭାବେ ରେକର୍ଡ କରିବ । ଖାଲି ସେତିକି ନୁହେଁ, ଚନ୍ଦ୍ରଯାନ-4 ମିଶନକୁ ମଧ୍ୟ ଏଥିରୁ ବହୁ ଫାଇଦା ମିଳିବ । ଏହାସହ ମହାକାଶରେ ଇସ୍ରୋ ବହୁ କାମ କରିବାରେ ସଫଳ ହେବ ଉଦାହରଣ ସ୍ବରୂପ, ମହାକାଶରେ ସାଟେଲାଇଟର ମରାମତି କରିବା, ଇନ୍ଧନ ଭରିବା ଓ ଅଦରକାରୀ ପଦାର୍ଥ ହଟାଇବା ଇସ୍ରୋ ପାଇଁ ସହଜ ହେବ ।

ଏହା ବି ପଢନ୍ତୁ
  1. ଇତିହାସ ରଚିଲା ISRO, ସଫଳତାର ସହ ଉତକ୍ଷେପଣ ହେଲା ମିଶନ SpaDex
  2. ଏବେ ମହାକାଶକୁ ସିଧା ଫୋନକଲ୍‌; ISRO ଲଞ୍ଚ କରିବ ଆମେରିକାର ଐତିହାସିକ ସାଟେଲାଇଟ୍‌

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.