thumbnail

By

Published : Apr 29, 2023, 6:30 PM IST

ETV Bharat / Videos

ଗଞ୍ଜେଇ ମାଫିଆଙ୍କ ସମ୍ପତ୍ତି ସିଲ୍

ନବରଙ୍ଗପୁର: ନବରଙ୍ଗପୁର ପୋଲିସକୁ ମିଳିଛି ବଡ଼ ସଫଳତା । ଜିଲ୍ଲାରେ ଲଗାତାର ଗଞ୍ଜେଇ ଜବତ ହେବାର ଖବର ଆସୁଥିବା ବେଳେ ଗଞ୍ଜେଇ ମାଫିଆଙ୍କ ବିରୋଧରେ ପୋଲିସ ନେଇଛି କଡା କାର୍ଯ୍ୟାନୁଷ୍ଠାନ ।  ମାଫିଆଙ୍କର ବେଆଇନ ଭାବେ ଅର୍ଜିତ ପ୍ରାୟ 41 ଲକ୍ଷ 41 ହଜାର ଟଙ୍କାର ସମ୍ପତ୍ତିକୁ ସିଲ କରିଛି ନବରଙ୍ଗପୁର ପୋଲିସ । ଏହି ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ରାଜ୍ୟ ସହ ରାଜ୍ୟ ବାହାରକୁ ଏହି ସବୁଜ ଜହର କାରବାର ଚଳାଇ ଆସୁଥିଲେ । କଲିକତା ସ୍ଥିତ କମ୍ପିଟେଣ୍ଟ ଅଥୋରିଟି ଆଣ୍ଡ ଆଡମିନିଷ୍ଟ୍ରେସନ ସମ୍ପତ୍ତି ବ୍ୟାଜାପ୍ତି ପାଇଁ ଆଦେଶ ଦେଇଥିଲେ । ଏହାସହ ଏହି ଜହର ବ୍ୟବସାୟୀଙ୍କୁ NDPS Act ରେ ଦୋଷୀ ସାବ୍ୟସ୍ତ କରାଯାଇଛି l ସମୁଦାୟ 41.41 ଲକ୍ଷ  ସ୍ଥାବର ଅସ୍ତାବର ସମ୍ପତି ଜବତ କରିବା ସହ ଅର୍ଥନୈତିକ ତଦନ୍ତ ଚାଲୁ ରହିଛି  । ମାଫିଆମାନେ ହେଲେ ଉମରକୋଟ ବ୍ଲକ ଚିକଲ ପଦର ଗ୍ରାମର ଦିନେଶ ବିଶ୍ୱାସ ଅନ୍ୟ ଜଣେ ଦିନେଶ ଭଦ୍ରା ବୋଲି ପୋଲିସ ସୂଚନା ଦେଇଛିନ୍ତ ଏସପି । 

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.