ଭିଜିଲାନ୍ସ ଜାଲରେ ନୟାଗଡ ଏମଭିଆଇ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଚଢ଼ାଉ
🎬 Watch Now: Feature Video
Published : Jan 9, 2024, 12:03 PM IST
MVI Panchanan Behera under vigilance scanner : ଖୋର୍ଦ୍ଧା: ନୟାଗଡ଼ ଏମଭିଆଇଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ । ନୟାଗଡ଼ ମୋଟର ଯାନ ନିରୀକ୍ଷକ ପଞ୍ଚାନନ ବେହେରାଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଆଜି ସକାଳୁ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବାଲିଅପଦାସ୍ଥିତ ଘର ସମେତ ୭ଟି ଜାଗାରେ ଏକକାଳୀନ ଚଢାଉ କରିଛି । ଭୁବନେଶ୍ୱରସ୍ଥିତ ଶୈଳଶ୍ରୀ ବିହାର, ପାଣ୍ଡରା, ନୟାଗଡରେ ଥିବା ଭଡ଼ା ଘର, ନୟାଗଡ଼ ପରିବହନ କାର୍ଯ୍ୟାଳୟରେ ଥିବା ତାଙ୍କ ଅଫିସରେ ଭିଜିଲାନ୍ସ ଟିମ୍ ଚଢାଉ ଜାରି ରଖିଛି । ଚଢ଼ାଉ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ଭିଜିଲାନ୍ସ ସ୍ପେଶାଲ ଜଜଙ୍କ ଦ୍ଵାରା ପ୍ରଦତ୍ତ ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସର 6 ଜଣ ଡିଏସପିଙ୍କ ନେତୃତ୍ୱରେ 3 ଜଣ ଇନ୍ସପେକ୍ଟର, 8 ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀଙ୍କ ଦ୍ଵାରା ଏହି ଚଢ଼ାଉ ହେଉଛି । ନୟାଗଡ଼ ଏମଭିଆଇ କିପରି ଏତେ ସମ୍ପତ୍ତିର ଅଧିକାରୀ ହେଲେ ତାର ଖୋଲତାଡ଼ କରୁଛି ଭିଜିଲାନ୍ସ ଟିମ୍ ।
ଏହା ମଧ୍ୟ ପଢନ୍ତୁ- ଭିଜିଲାନ୍ସ ଜାଲରେ କ୍ଷେତ୍ର ସହାୟକ, ଦେଢ଼ ଲକ୍ଷ ଲାଞ୍ଚ ନେବାବେଳେ ଗିରଫ
ଇଟିଭି ଭାରତ, ଖୋର୍ଦ୍ଧା