Eid Milad Un Nabi: ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ଧୁମଧାମରେ ପାଳିତ - ଖୋର୍ଦ୍ଧାରେ ଧର୍ମଗୁରୁ ମହମ୍ମଦ ଜୟନ୍ତୀ

🎬 Watch Now: Feature Video

thumbnail

By ETV Bharat Odisha Team

Published : Sep 28, 2023, 4:45 PM IST



ଖୋର୍ଦ୍ଧା : ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ପାଇଁ ଉତ୍ସବ ମୁଖର ବେଗୁନିଆ ଅଞ୍ଚଳ। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଶ ଧୁମଧାମରେ ମହାପୁରୁଷ ହଜରତ ମହମ୍ମଦ ସଲ୍ ଲଲ୍ଲାହୋ ୱାଲେହି ଓସଲମଙ୍କ ଜୟନ୍ତୀ ତଥା (ଇଦ ମିଲାଦୁନ ନବୀ) ପାଳତ ହୋଇଛି। ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଶ୍ରଦ୍ଧା ଓ ଭକ୍ତିର ସହିତ ଏହି ପର୍ବ ପାଳନ କରାଯାଇଛି । ଏହି ଅବସରରେ ଖୋର୍ଦ୍ଧା ରାଉତପଡ଼ାରେ ବସବାସ କରୁଥିବା ମୁସଲମାନ ସମ୍ପ୍ରଦାୟମାନେ ସାହିରେ ସାଜସଜ୍ଜା କରିଥିଲେ। ଏହାସହ ରଙ୍ଗ ବେରଙ୍ଗର ତୋରଣ ସାଙ୍ଗକୁ ମସଜିଦଠାରୁ 100 ମିଟର ପର୍ଯ୍ୟନ୍ତ ଆଲୋକମାଳା ସହ ପତାକା ଲଗାଯାଇଥିବା ଦେଖିବାକୁ ମିଳିଥିଲା । 

ଏହା ବି ପଢନ୍ତୁ...ଖୁଦୁରୁକୁଣୀ ଓଷା: ଉତ୍ସବ ମୁଖର ଜଗତସିଂହପୁର ଜିଲ୍ଲା

ଏହି ପର୍ବରେ ରାଉତପଡ଼ା ସୁନ୍ନି କମିଟି ପକ୍ଷରୁ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା। ସକାଳୁ ମସଜିଦ ସମ୍ମୁଖରେ ସମସ୍ତେ ଏକତ୍ରିତ ହୋଇ ପରସ୍ପରକୁ ଶୁଭେଚ୍ଛା ଜଣାଇବା ପରେ ଗ୍ରାମ ପରିକ୍ରମା କରିବା ସହ ମହାପୁରୁଷ ମହମ୍ମଦଙ୍କ ବାର୍ତ୍ତାକୁ ସମସ୍ତଙ୍କ ପାଖରେ ପହଞ୍ଚାଇଥିଲେ । ପରେ ଏକ ବିରାଟ ବାଇକ ଶୋଭଯାତ୍ରାରେ ବିଭିନ୍ନ ବଜାର ପରିକ୍ରମା କରି କାଇପଦର ସ୍ଥିତ ପିର୍ ବାବାଙ୍କ ପୀଠକୁ ଯାଇଥିଲେ । ସେଠାରେ ଜଗତର ମଙ୍ଗଳ କାମନା କରି ସାମୂହିକ ପ୍ରାର୍ଥନା କରିଥିଲେ ମୁସଲମାନ ସମ୍ପ୍ରଦାୟର ଲୋକେ। ସାରା ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଧର୍ମଗୁରୁ ମହମ୍ମଦ ଯେଉଁ ପ୍ରଚେଷ୍ଟା ଆରମ୍ଭ କରିଥିଲେ ସେହି ପ୍ରଚେଷ୍ଟାକୁ ଆଗକୁ ନେବା ପାଇଁ ଏହି ପର୍ବ ପାଳନ କରାଯାଇଥାଏ । 

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.