Parliament Special Session: ନୂଆ ସଂସଦ ଭବନରେ ପ୍ରବେଶ କଲେ ସାଂସଦ

By ETV Bharat Odisha Team

Published : Sep 19, 2023, 1:58 PM IST

thumbnail

ନୂଆଦିଲ୍ଲୀ: ଆଜିଠୁ ନୂଆ ସଂସଦ ଭବନରେ ସ୍ବତନ୍ତ୍ର ଅଧିବେଶନର ଦ୍ବିତୀୟ କାର୍ଯ୍ୟଦିବସ ଆରମ୍ଭ ହୋଇଛି । ଏହା ପୂର୍ବରୁ ପୁରୁଣା ସଂସଦ ଭବନରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା । ପୁରୁଣା ସଂସଦ ଭବନ ସେଣ୍ଟ୍ରାଲ୍‌ ହଲ୍‌ରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପରେ ଗଣେଶ ଚତୁର୍ଥୀର ଶୁଭେଚ୍ଛା ଜଣାଇ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ସମେତ ସମସ୍ତ ସାଂସଦ ପୁରୁଣା ସଂସଦ ଭବନ ଛାଡ଼ି ନୂଆ ସଂସଦ ଅଭିମୁଖେ ବାହାରିଥିଲେ । ପରେ ନୂତନ ସଂସଦ ଭବନରେ ପ୍ରବେଶ କରିଥିଲେ । ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ନବ ନିର୍ମିତ ସଂସଦ ଭବନରେ ସଂସଦର ସ୍ବତନ୍ତ୍ର ଅଧିବେଶନର ଦ୍ବିତୀୟ ଦିନ କାର୍ଯ୍ୟ ଦିବସ ଆରମ୍ଭ ହୋଇଛି । ଏବେ ପୁରୁଣା ସଂସଦ ଭବନ କେବଳ ସ୍ମୃତି ହୋଇ ରହିଯିବ ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.