thumbnail

By

Published : Jun 9, 2023, 8:09 PM IST

ETV Bharat / Videos

କେରଳ ଛୁଇଁଲା ମୌସୁମୀ,କେମିତି ଅଛି ଥିରୁଅନନ୍ତପୁରମର ପାଗ?

ଥିରୁଅନନ୍ତପୁରମ: ସପ୍ତାହେ ବିଳମ୍ବ ହେଉ ପଛେ ଶେଷରେ କେରଳ ଛୁଇଁଛି ମୌସୁମୀ । ପ୍ରବଳ ଗରମରୁ ଆଶ୍ବସ୍ତି ପାଇଁ ପ୍ରତିବର୍ଷ ଜୁନ୍ ମାସ ଆରମ୍ଭରେ ମୌସୁମୀ ଅପେକ୍ଷାରେ ରହିଥାଆନ୍ତି ଲୋକେ । ତେବେ ଚଳିତ ବର୍ଷ ବିଳମ୍ବରେ ହେଲେ ମଧ୍ୟ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । କେରଳରେ ମୌସୁମୀ ଛୁଇଁବା ପରେ ଆକାଶ ମେଘାଚ୍ଛନ୍ନ ହେଉଛି । ଜୁନ୍‌ ପହିଲାରେ ମୌସୁମୀର ଆଗମନ ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଥିଲା । ହେଲେ ଏହାର ସପ୍ତାହକ ପରେ ଅର୍ଥାତ ଗୁରୁବାର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି । 

ଆସନ୍ତା 48 ଘଣ୍ଟା ମଧ୍ୟରେ ବର୍ଷା ହେବାକୁ ଥିବା ସୂଚନା ଦେିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଯାହାକୁ ନେଇ ରାଜ୍ୟବାସୀ ଆଶ୍ବସ୍ତ ଅନୁଭବ କରିଥିବାବେଳେ ଅନ୍ୟ ରାଜ୍ୟଗୁଡିକରେ କେବେ ମୌସୁମୀ ଛୁଇଁବ ତାହାରି ଅପେକ୍ଷା ରହିଛି । ତେବେ ଆସନ୍ତା 10ତାରିଖରେ ମହାରାଷ୍ଟ୍ରରେ ମୌସୁମୀର ଆଗମନ ହେବାକୁ ଥିବାବେଳେ 15 ତାରିଖ ବେଳକୁ ଗୁଜରାଟ, ମଧ୍ୟପ୍ରଦେଶ, ଛତିଶଗଡ ଓ ଝାଡଖଣ୍ଡ ଆଦି ରାଜ୍ୟକୁ ମୌସୁମୀ ଛୁଇଁପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.