Special Modak: ଥାନେ ବଜାରରେ ବିକ୍ରି ହେଲା 10ହଜାର ମୂଲ୍ୟର ମୋଦକ - ଗଣେଶ ଚତୁର୍ଥୀ 2023
🎬 Watch Now: Feature Video
Published : Sep 19, 2023, 10:35 PM IST
ମୁମ୍ବାଇ: ଗଣେଶ ପୂଜା ଲାଗି ଚଳଚଞ୍ଚଳ ମହାରାଷ୍ଟ୍ର ଥାନେ ବଜାର । ଏଠାରେ ଗଣପତି ବପ୍ପାଙ୍କ ସବୁଠୁ ପ୍ରିୟ ଖାଦ୍ୟ ମୋଦକ କିଣି ଭୋଗ ଲାଗି କରିବା ଲାଗି ବେଶ ଉତ୍ସାହିତ ଶ୍ରଦ୍ଧାଳୁ । ଆସନ୍ତା 10 ଦିନ ଧରି ରାଜ୍ୟରେ ଧୁମଧାମରେ ପାଳିତ ହେବ ଗଣେଶ ପୂଜା । ତେବେ ଚଳିତ ବର୍ଷ ବଜାରରେ ମୁଖ୍ୟ ଆକର୍ଷଣ ପାଲଟିଛି 10 ହଜାର ମୂଲ୍ୟର ମୋଦକ । ଥାନେର ପ୍ରସିଦ୍ଧ ମିଷ୍ଟାନ୍ନ ଦୋକାନ ପ୍ରଶାନ୍ତ କର୍ଣ୍ଣର ମିଠାଇୱାଲା ଦୋକାନରେ ଏହି ବହୁ ମୂଲ୍ୟର ମୋଦକ ବିକ୍ରି ହେଉଛି । ଏଠାରେ 500ରୁ ଆରମ୍ଭ କରି 10 ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି ମୋଦକ । ଏହି ମୋଦକର ସ୍ବାଦ ଯେମିତି ଗଠନ ପ୍ରଣାଳୀ ମଧ୍ୟ ବେଶ ଆକର୍ଷଣୀୟ । ରଙ୍ଗବେରଙ୍ଗର ମୋଦକ ଶ୍ରଦ୍ଧାଳୁଙ୍କୁ ବେଶ ଆକୃଷ୍ଟ କରିଛି । ଏହି ମୋଦକଗୁଡ଼ିକ ବିଭିନ୍ନ ପ୍ରକାର ଫ୍ଲେଭର ଯେପରିକି ମ୍ୟାଙ୍ଗୋ, ମାୱା, ଡ୍ରାଏ ଫ୍ରୁଟ୍ସ ଆଦିର ରହିଛି । ଏହାସହିତ ବୁନ୍ଦି ଲଡୁରେ ତିଆରି ମୋଦକ ମଧ୍ୟ ଏହି ଦୋକାନରେ ବିକ୍ରି ହେଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ