ମୁକେଶ ମହାଲିଙ୍ଗ ନିଲମ୍ବନ ପ୍ରସଙ୍ଗ: ରାସ୍ତା ଅବରୋଧ ସହ ଆନ୍ଦୋଳନ କଲେ ସମର୍ଥକ - ରାଜପଥ ଅବରୋଧ କଲେ ମୁକେଶ ମହାଲିଙ୍ଗଙ୍କ ସମର୍ଥକ

🎬 Watch Now: Feature Video

thumbnail

By ETV Bharat Odisha Team

Published : Sep 30, 2023, 1:56 PM IST

ବଲାଙ୍ଗୀର: ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କୁ ବିଶୃଙ୍ଖଳିତ ଆଚରଣ ପାଇଁ ବିଧାନସଭାରୁ ନିଲମ୍ବନ ପରେ ତାତିଲେ ସମର୍ଥକ । ଏହାକୁ ବିରୋଧ କରି ଲୋଇସିଂହା ବିଜେପି ପକ୍ଷରୁ 26 ନମ୍ୱର ଜାତୀୟ ରାଜପଥ ଅବରୋଧ କରାଯାଇଛି । ବିଧାନସଭାରେ ବିଶୃଙ୍ଖଳିତ ଆଚରଣ ଅଭିଯୋଗରେ ଗୃହରୁ ନିଲମ୍ବିତ ହୋଇଛନ୍ତି ବିଧାୟକ ମୁକେଶ ମହାଲିଙ୍ଗ । ଯାହାକୁ ନେଇ ତାଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ତେବେ ଶୁକ୍ରବାର ଦିନ ଲୋଇସିଂହା ବିଜେପି ଦଳ ଓ ତାଙ୍କର ସମର୍ଥକ ମାନେ ଆନ୍ଦୋଳନକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି । ଲୋଇସିଂହା ଠାରେ 26 ନମ୍ୱର ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥ ଅବରୋଧ କରିବା ସହ ଦୀର୍ଘ ସମୟ ଧରି ରାଜରାସ୍ତାରେ ଧାରଣା ଦେଇଥିଲେ ମୁକେଶ ମହାଲିଙ୍ଗଙ୍କ ସମର୍ଥକମାନେ । 

ଏହାମଧ୍ୟ ପଢନ୍ତୁ.. ଗୃହରେ ପକ୍ଷପାତିତା କରୁଛନ୍ତି ବାଚସ୍ପତି: ସୁର

ତେବେ ବିଧାନସଭା ଗୃହରେ ବିରୋଧୀଙ୍କୁ ଲୋକମାନଙ୍କ ଦାବି ଜଣାଇବା ପାଇଁ ସୁଯୋଗ ଦିଆଯାଉନଥିବା ଅଭିଯୋଗ ଆଣିଛନ୍ତି । ଯାହାକୁ ପ୍ରତିବାଦ କରି ଧାରଣା ଦେଇଥିଲେ ମୁକେଶ ମହାଲିଙ୍ଗଙ୍କ ସମର୍ଥକମାନେ । ଅନ୍ୟପଟେ ରାସ୍ତା ଅବରୋଧ ଯୋଗୁଁ ଦୀର୍ଘ ସମୟ ଧରି 26 ନମ୍ୱର ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ ଭାବରେ ଠପ ହୋଇ ଯାଇଥିଲା ଏବଂ ଲୋକେ ନାହିଁ ନ ଥିବା ହଇରାଣ ହୋଇଥିଲେ। 

ବଲାଙ୍ଗୀର, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.