ATM Van Loot: ଏଟିଏମ ଭ୍ୟାନରୁ ଦେଢ଼ କୋଟି ଲୁଟି ନେଲେ ଲୁଟେରା
🎬 Watch Now: Feature Video
Published : Nov 10, 2023, 7:29 PM IST
କଟକ: ବନ୍ଧୁକ ମୁନରେ ଲୁଟ । ଏଟିଏମ ଭ୍ୟାନରୁ ଦେଢ କୋଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । କଟକ ଜିଲ୍ଲା ଆଠଗଡ ଅଞ୍ଚଳ ତିଗିରିଆ ଗୋଡ଼ିଝରିଆ ନୂଆ ରାସ୍ତାରୁ ଲୁଟ । ଏଟିଏମ ରିଫିଲର ଗାଡିଟି 4ଟି ଏଟିଏମରେ ଟଙ୍କା ରଖିକି ଆସିବା ସମୟରେ ଟାର୍ଗେଟ କରିଥିଲେ ଲୁଟେରା । ଏକ ସ୍କ୍ରିର୍ପିଓ ଗାଡିରେ ଆସି ଭ୍ୟାନକୁ ଅଟକାଇ ଲୁଟିଛନ୍ତି ଟଙ୍କା । ତେବେ ଏହି ମାମଲାରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ତେବେ ଘଟଣାସ୍ଥଳରେ ଭ୍ୟାନ ରହିଥିବା ବେଳେ ତାହାର ଯାଞ୍ଚ ଆରମ୍ଭ କରିଛି ପୋଲିସ । ଭ୍ୟାନଟି ଯେଉଁ ରୁଟରେ ଆସୁଥିଲା ତାହା ନିକାଞ୍ଚନ ବୋଲି କୁହାଯାଉଛି । ସାତରୁ ଆଠ ଜଣ ମୁହଁରେ କଳା ମାସ୍କ ପିନ୍ଧି ଏହି ଲୁଟ କରିଛନ୍ତି । ଏହି ଘଟଣାର ତଦନ୍ତ ପାଇଁ ପୋଲିସ 3 ଟି ଟିମ ଗଠନ କରିଛି । ଏହାସହ ସ୍ଥାନୀୟ ଜିଲ୍ଲା ପୋଲିସଙ୍କୁ ମଧ୍ୟ ସୂଚନା ଦିଆଯାଇଥିବା କହିଛନ୍ତି କଟକ ଗ୍ରାମଞ୍ଚଳ ଏସପି ମିହିର ପଣ୍ଡା । ଏହି ଲୁଟେରାମାନେ କିଏ ସେନେଇ ଖୋଳତାଡ଼ ଆରମ୍ଭ କରିଛି ପୋଲିସ । ପୂର୍ବରୁ 2021 ମସିହାରେ ମଧ୍ୟ ସମାନ ଢ଼ଙ୍ଗରେ ଏଭଳି ଘଟଣା ସାମ୍ନାକୁ ଆସିଥିଲା । ଏହି ଦିଗରେ ତଦନ୍ତ ଖୁବ ତ୍ୱରିତ ଢ଼ଙ୍ଗରେ କରାଯିବା ସହ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବା ନେଇ କହିଛନ୍ତି ଗ୍ରାମଞ୍ଚଳ ଏସପି ।
ଏହା ମଧ୍ୟ ପଢ଼ନ୍ତୁ.......Watch: ମାତିଛନ୍ତି ଲୁଟେରା, ଏଟିଏମ ମେସିନ ଭାଙ୍ଗି ଲୁଟିଲେ ଲକ୍ଷାଧିକ ଟଙ୍କା
ଇଟିଭି ଭାରତ, କଟକ