ରାତି ପାହିଲେ ବଡ଼ ଦିନ, ଚକ ଖଡିରେ ସାନ୍ତାକ୍ଲଜ କରି ଚର୍ଚ୍ଚାରେ ଶିଳ୍ପୀ

🎬 Watch Now: Feature Video

thumbnail

Santa Claus on Chalk piece : ଖୋର୍ଦ୍ଧା: ସବୁବେଳେ କିଛି ନିଆରା କରିବାର ଆଗ୍ରହ ତାଙ୍କୁ ଜନ ମାନସରେ ପରିଚିତ କରିଛି । ସୂକ୍ଷ୍ମ କଳାକୃତି କରି ଖୋର୍ଦ୍ଧା ଜଟଣୀ ଅଞ୍ଚଳର ଶିଳ୍ପୀ ଏଲ ଈଶ୍ବର ରାଓ ପରିଚୟ ପାଇଛନ୍ତି । ବିଭିନ୍ନ ସମୟରେ ପ୍ରସ୍ତୁତ କରିଥିବା ତାଙ୍କ କଳାକୃତି ବହୁ ସ୍ଥାନରେ ପ୍ରଶଂସିତ ହେବା ସହ ରେକର୍ଡ ମଧ୍ୟ ସୃଷ୍ଟି କରିଛି । ସେହିଭଳି ଚଳିତ ଖ୍ରୀଷ୍ଟମାସ(ବଡ଼ଦିନ) ପାଇଁ ଚକ ଖଡ଼ି ଉପରେ ସୂକ୍ଷ୍ମ କଳାକୃତି କରି ପୁଣି ଚର୍ଚାକୁ ଆସିଛନ୍ତି ଶିଳ୍ପୀ ଏଲ୍‌ ଈଶ୍ବର ରାଓ । ବଡ଼ଦିନ ପାଇଁ ଏକ ଚକ ଖଡ଼ି ଉପରେ ଦେଢ଼ ଇଞ୍ଚର ସାନ୍ତାକ୍ଲଜ ମୂର୍ତ୍ତି ପ୍ରସ୍ତୁତ କରିଛନ୍ତି । ଏହି ସୂକ୍ଷ୍ମ କଳାକୃତି ପାଇଁ ତାଙ୍କୁ ଦୁଇଦିନ ସମୟ ଲାଗିଥିବା ଈଶ୍ବର କହିଛନ୍ତି । ସେହିପରି ଏହି କଳା ମାଧ୍ୟମରେ ସମସ୍ତଙ୍କୁ ବଡ଼ଦିନର ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କୁ ପ୍ରଭୁ ଯୀଶୁ ଆଶୀର୍ବାଦ ପ୍ରଦାନ କରିବାକୁ ପାର୍ଥନା କରିଛନ୍ତି ।

ଏହା ବି ପଢନ୍ତୁ- ଇଞ୍ଜିନିୟରଙ୍କ ସୂକ୍ଷ୍ମ କଳାକୃତି, ମନକିଣୁଛି ମନୋଜଙ୍କ ଚକଖଡି ମୂର୍ତ୍ତି

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.