ଶହୀଦ ବିକା ନାଏକଙ୍କ ଗାଁରେ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ, ସାମିଲ ହେଲେ ଧର୍ମେନ୍ଦ୍ର ପ୍ରଧାନ - ଅନୁଗୋଳ ସହିଦମାନଙ୍କ ଘରୁ ମାଟି ସଂଗ୍ରହ

🎬 Watch Now: Feature Video

thumbnail

By ETV Bharat Odisha Team

Published : Sep 25, 2023, 10:46 PM IST

ଅନୁଗୋଳ: ଜିଲ୍ଲାର କଣିହାଁ ବ୍ଲକ ଚନ୍ଦ୍ରଵିଲ ଗାଁରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ପ୍ରଥମେ ଗାଁର ଶହୀଦ ବିକା ନାଏକଙ୍କ ଘରକୁ ଯାଇ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହାପରେ ଶହୀଦଙ୍କ ଘରୁ ମାଟି ସଂଗ୍ରହ କରିଥିଲେ । ସେଠାରୁ ମାଟି କଳସ ଧରି ଗାଁ ପରିକ୍ରମା କରିଥିଲେ । ଏହାପରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ  । 

କେନ୍ଦ୍ରମନ୍ତ୍ରୀ କହିଥିଲେ, 'ଶହୀଦ ବିକା ନାଏକ ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ସାରା ଦେଶରେ ଶହୀଦଙ୍କୁ ସମ୍ମାନ ଦିଆଯାଉଛି । ଗାଁ ଗାଁରେ ଥିବା ଶହୀଦମାନଙ୍କ ଘରୁ ମାଟି ସଂଗ୍ରହ କରାଯାଉଛି । ଏହାକୁ ଦିଲ୍ଲୀର ଏକ ସଂଗ୍ରହାଳୟରେ ଶହୀଦ ସ୍ମୃତି ଭାବେ ସଂରକ୍ଷଣ କରି ରଖାଯିବ । ଆଜି ବିକା ନାଏକଙ୍କ ସ୍ମାରକୀ ନିର୍ମାଣ ପାଇଁ ସ୍ଥାନ ନିରୂପଣ କରାଯାଇଛି । ଖୁବ ଶୀଘ୍ର ଏହାର ନିର୍ମାଣ ଶେଷ ହେବ । ସେହି ଦାୟିତ୍ବ ମୁଁ ନିଜେ ନେଇଛି ।'

ଏହାପରେ ଅନୁଗୋଳ ଜିଲ୍ଲାର ଶହୀଦ ପରିବାର ସଦସ୍ୟଙ୍କୁ ମନ୍ତ୍ରୀ ସମ୍ମାନିତ କରିଥିଲେ । ଆସନ୍ତା ୨୦୪୭ସୁଧା ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନକୁ ସଫଳ କରାଇବା ପାଇଁ କେନ୍ଦ୍ରମନ୍ତ୍ରୀ ସମସ୍ତଙ୍କୁ ଶପଥ କରାଇଥିଲେ ।  

ଏହା ମଧ୍ୟ ପଢନ୍ତି..ନବରଙ୍ଗପୁରରେ 'ମୋ ମାଟି ମୋ ଦେଶ' କାର୍ଯ୍ୟକ୍ରମ ଅନୁଷ୍ଠିତ

ଇଟିଭି ଭାରତ,ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.