ବିକାଶ ଚିନ୍ତାରେ ଏକାଠି ହେଲେ ପୂର୍ବତନ ବିଧାୟକ, ଜନସଚେତନତା ଲକ୍ଷ୍ୟ - meeting held by former MLA

🎬 Watch Now: Feature Video

thumbnail

By

Published : Aug 2, 2023, 5:45 PM IST

କେନ୍ଦୁଝର: ସରକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଏକାଠି ହେଲେ ପୂର୍ବତନ ବିଧାୟକ । କେନ୍ଦୁଝର ଜିଲ୍ଲା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ବିକାଶ ପାଇଁ ଜିଲ୍ଲା ଖଣିଜ ପାଣ୍ଠି ଭରପୁର ମହଜୁଦ ଅଛି । ଏଥିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଅର୍ଥ ବ୍ୟୟ କରାଯାଇ ବହୁ ଯୋଜନା କାର୍ଯ୍ୟକାରୀ ହେଉଛି । କିନ୍ତୁ ଏହି ଯୋଜନା ଠିକ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ, ସେନେଇ ପ୍ରଶାସନିକ ସ୍ତରରେ ଚିନ୍ତା ନଥିବା ଅଭିଯୋଗ ହୋଇଛି । ଜିଲ୍ଲାରେ ଥିବା ଧରଣୀଧର ବିଶ୍ୱବିଦ୍ୟାଳୟକୁ ଗେଜେଟ୍‌ ନୋଟିଫିକେସନ, ଦ୍ୱିତୀୟ ବୃହତ ଇସ୍ପାତ କାରଖାନା, କାନପୁର ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଆଦିକୁ ଯଥାଶୀଘ୍ର ସମ୍ପନ୍ନ କରିବାକୁ ପୂର୍ବତନ ବିଧାୟକମାନେ ଦାବି କରିଛନ୍ତି । 

ଏନେଇ ପୂର୍ବତନ କେନ୍ଦୁଝର ସଦର ବିଧାୟକ ସୁଵର୍ଣ୍ଣ ନାଏକଙ୍କ ତ୍ୱତାବଧାନରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ କେନ୍ଦୁଝର ଜିଲ୍ଲାର ପୂର୍ବତନ ସାଂସଦ ଯଶବନ୍ତ ନାରାୟଣ ଲାଗୁରି, ପୂର୍ବତନ ବିଧାୟକ ମାୟାଧର ଜେନା, ପ୍ରାଣବଲ୍ଲଭ ନାଏକ, ଧନୁର୍ଜୟ ଲାଗୁରି ପ୍ରମୁଖ ଉପସ୍ଥିତ ରହି ଏକ ପୂର୍ବତନ ବିଧାୟକ ଫୋରମ ଗଠନ କରିବାକୁ ଅଣ୍ଟା ଭିଡିଛନ୍ତି । ଏହି ଫୋରମ ଜିଲ୍ଲାର ବିକାଶ କ୍ଷେତ୍ରରେ ଉପୁଜୁଥିବା ସମସ୍ୟାକୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବ ବୋଲି ନିଷ୍ପତି ନିଆଯାଇଛି ।

ଏହା ବି ପଢନ୍ତୁ...କଳାହାଣ୍ଡିରେ ବର୍ଷା ବିତ୍ପାତ: ଘରେ ଲହଡି ଭାଙ୍ଗୁଛି ପାଣି, ସ୍କୁଲରେ ଆଶ୍ରୟ ନେଲେ ଲୋକେ

ପୂର୍ବତନ ତେଲକୋଇ ବିଧାୟକ ପ୍ରାଣବଲ୍ଲଭ ନାଏକ କହିଛନ୍ତି, "ଦଳବଳ ନିର୍ବିଶେଷରେ ଯେଉଁ ଦଳର ସରକାର ରାଜ୍ୟରେ ଥିଲେ ମଧ୍ୟ ଜିଲ୍ଲାର ବିକାଶ ପାଇଁ ଏହି ମଞ୍ଚ ଜନ ସଚେତନତା ସୃଷ୍ଟି କରିବ ।" ଏହାସହ ପୂର୍ବତନ ସଦର ବିଧାୟକ ସୁବର୍ଣ୍ଣ ନାଏକ କହିଛନ୍ତି, "ଏହି ବୈଠକ ପାଇଁ ବହୁ ପୂର୍ବତନ ବିଧାୟକ ନିଜର ସମ୍ମତି ପ୍ରଦାନ କରିଥିଲେ ମଧ୍ୟ କୌଣସି କାରଣରୁ ପହଞ୍ଚି ନଥିଲେ । ହେଲେ ଜିଲ୍ଲା ବିକାଶ ପାଇଁ ସେମାନଙ୍କ ସହଯୋଗ ରହିବ ।" ତେବେ ଆଗକୁ ନିର୍ବାଚନ ପାଖେଇ ଆସୁଥିବାବେଳେ ଏଭଳି ପୂର୍ବତନ ବିଧାୟକ ଓ ସାଂସଦଙ୍କ ବୈଠକ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।


ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.