କଟକରେ ବରଫ ଶିବଲିଙ୍ଗରେ ରୁଦ୍ରାଭିଷେକ, ଜମିଲା ଶ୍ରଦ୍ଧାଳୁଙ୍କ ଭିଡ଼

By

Published : Jul 30, 2023, 10:32 PM IST

thumbnail

କଟକ: ବରଫରେ ଶିବଲିଙ୍ଗ । ଗୋ ବଂଶଙ୍କ ସୁରକ୍ଷା ପାଇଁ କଟକ ଗୋଶାଳାରେ ବରଫରେ ନିର୍ମିତ ଜ୍ୟୋତିର୍ଲିଙ୍ଗଙ୍କ ରୁଦ୍ରାଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କଟକରେ ପ୍ରଥମ ଥର ପାଇଁ ଏହାର ଆୟୋଜନ କରାଯାଇଥିବା ବେଳେ ପ୍ରବଳ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା । କଟକ ନୂଆବଜାର ସ୍ଥିତ ଶ୍ରୀ ଗୋପାଳକୃଷ୍ଣ ଗୋଶାଳା ପକ୍ଷରୁ ପ୍ରଥମ ଥର ପାଇଁ ଗୋଶାଳା ପରିସରରେ ସାମୁହିକ ରୁଦ୍ରାଭିଷେକ ଅନୁଷ୍ଠିତ ହୋଇଯାଇଛି । ୫୧ ଜଣ ଯୋଡ଼ି ଏହି ସାମୂହିକ ରୁଦ୍ରାଭିଷେକରେ ସାମିଲ ହୋଇ ଶିବଙ୍କ ଜଳ ଅଭିଷେକ କରିଛନ୍ତି । ଶ୍ରାବଣ ମାସର ପୁରୁଷୋତ୍ତମ ମାସ ଆରମ୍ଭ ତିଥିରେ ଏହି ଅଭିଷେକ କରାଯାଇଛି । ବାବା ଅମରନାଥ ଗୁମ୍ଫା ଶିବଲିଙ୍ଗକୁ ଆଧାର କରି ତିଆରି ହୋଇଥିବା ବରଫର ବୃହତ ଶିବଲିଙ୍ଗ କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ସାଜିଥିଲା । ଏଥି ସହିତ ଭାରତର ୧୨ଟି ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗକୁ ବରଫରେ ଆକୃତି ଦେଇ ପୂଜା କରାଯାଇଛି । ଅନ୍ୟ ଲିଙ୍ଗ ଆକୃତିର ବରଫ ଲିଙ୍ଗକୁ ମଧ୍ୟ ପୂଜା କରାଯାଇଛି । ନାସିକରୁ ଆସିଥିବା କାରିଗରମାନେ ବରଫକୁ ଶିବଲିଙ୍ଗ ଆକୃତି ଦେଇଥିଲେ । ପାଖାପାଖି 4 ଘଣ୍ଟା ଧରି ଏହି ଲିଙ୍ଗଗୁଡ଼ିକ ରହିବ ବୋଲି ଆୟୋଜକ କହିଛନ୍ତି । ସେହିଭଳି ପ୍ରଥମ ଥର ପାଇଁ ବରଫରେ ତିଆରି ଶିବ ଲିଙ୍ଗରେ ରୁଦ୍ରାଭିଷେକ କରି ଶ୍ରଦ୍ଧାଳୁମାନେ ବେଶ ଖୁସି ପ୍ରକଟ କରିଛନ୍ତି । ସମାଜର ମଙ୍ଗଳ ସହ ଗୋ ବଂଶର ଉନ୍ନତି ପାଇଁ ହୋଇଥିବା ଏହି ଆୟୋଜନକୁ ବେଶ ପ୍ରଶଂସା କରିଛନ୍ତି ।
 

ଇଟିଭି ଭାରତ, କଟକ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.