ପ୍ରଭାତରେ ଦର୍ଶନ କରନ୍ତୁ ପଟି ଦିଅଁଙ୍କ ମଙ୍ଗଳ ଆଳତୀ - ପଟି ଦିଅଁଙ୍କ ଆଳତୀ
🎬 Watch Now: Feature Video
ପୁରୀ: ଜ୍ବରରେ ପଡିଛନ୍ତି ଦାରୁଦିଅଁ । ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଦଳରେ ସ୍ନାନ ପରେ ଅସୁସ୍ଥ ହୋଇ ଅଣସର ପିଣ୍ଡି ବିଜେ କରିଛନ୍ତି । ଜ୍ବର ଭଲ କରିବାକୁ ପାଇଁ ଚାଲିଛି ଗୁପ୍ତ ନୀତି । ଅସୁସ୍ଥ ମହାପ୍ରଭୁ ଅଣସର ଘରେ ବିଜେ ପରେ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟି ଦିଅଁ । ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ପ୍ରଭୁ ଅନନ୍ତ ନାରାୟଣ, ପ୍ରଭୁ ବଳବଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ବିକଳ୍ପ ଭାବେ ଦେବୀ ଭୁବନେଶ୍ବରୀ ପୂଜା ପାଉଛନ୍ତି । ଶ୍ରୀମନ୍ଦିରରେ ଯେଭଳି ଦୈନିକ ନୀତିକାନ୍ତି ହୋଇଥାଏ, ସେହି ନୀତି ପଟି ଦିଅଁଙ୍କଠାରେ ହେଉଛି । ଜଗତର ମଙ୍ଗଳ କାମନା କରି ପ୍ରତ୍ୟୁଷରୁ ପ୍ରଭୁ ପତିତପାବନଙ୍କ ଭଳି ପଟି ଦିଅଁଙ୍କ ନିକଟରେ କରାଯାଇଛି ମଙ୍ଗଳ ଆଳତୀ । ହରିବୋଲ ଧ୍ବନିରେ ପ୍ରକମ୍ପିତ ହୋଇଛି ଶ୍ରୀମନ୍ଦିର । ବିଶ୍ବାସ ରହିଛି, ଏହି ଦିବ୍ୟ ଆଳତୀ ଦର୍ଶନ କଲେ ସମସ୍ତ ପାପ କ୍ଷୟ ହୋଇ ଅପାର କରୁଣା ପ୍ରାପ୍ତି ହୋଇଥାଏ । ପରମ୍ପରା ଅନୁସାରେ, ମହାପ୍ରଭୁଙ୍କ ଅଣସର ସମୟରେ ଶ୍ରୀମନ୍ଦିର ଭିତରେ କୌଣସି ଘଣ୍ଟ ଅବା ଗୀତ ବୋଲାଯାଏ ନାହିଁ ।
ଇଟିଭି ଭାରତ, ପୁରୀ