Mangala Alati: ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ, କରନ୍ତୁ ଦିବ୍ୟ ଦର୍ଶନ - ପତିତପାବନଙ୍କ ମଙ୍ଗଳ ଆଳତୀ
🎬 Watch Now: Feature Video


Published : Oct 15, 2023, 7:05 AM IST
ପୁରୀ: ଅନାଥଙ୍କ ନାଥ ଜଗନ୍ନାଥ । କୋଟି ଓଡ଼ିଆଙ୍କ କାଳିଆ ଠାକୁର । କିଏ ତାକୁ ଚକା ଆଖିଆ ତ ଆଉ କିଏ କଳାସାଆନ୍ତ ପୁଣି କିଏ ଭାବ ବିନୋଦିଆ ବୋଲି କୁହେ । ପ୍ରତିଦିନ ଭୋରୁ ମହାପ୍ରଭୁଙ୍କ ନିକଟରେ ମଙ୍ଗଳ ଆଳତୀ କରାଯାଇଥାଏ । ପ୍ରଭାତରୁ ଭାବ ବିନୋଦିଆଙ୍କ ଆଳତୀ ଦର୍ଶନ କଲେ ସମସ୍ତ ପାପକ୍ଷୟ ସହ ଦିନ ମଙ୍ଗଳମୟ ହୋଇଥାଏ । ସବୁଦିନ ପରି ଆଜି ମଧ୍ୟ ମହାପ୍ରଭୁଙ୍କ ଦ୍ବାର ଫିଟା ଓ ମଙ୍ଗଳ ଆଳତୀ ନୀତି ସମ୍ପନ୍ନ ହୋଇଛି । ଜଗତର ମଙ୍ଗଳ କାମନା କରି ପ୍ରଭୁ ପତିତପାବନଙ୍କ ନିକଟରେ ମଙ୍ଗଳ ଆଳତୀ କରିଛନ୍ତି ପୂଜାପଣ୍ଡା । ପ୍ରଥମେ ପ୍ରାତଃରୁ ସମସ୍ତ ସେବାୟତ ଓଁ ନମୋଃ ଭଗବତେ ବାସୁଦେବାୟ ମନ୍ତ୍ର ସହ ଶ୍ରୀମନ୍ଦିର ଦ୍ବାର ଫିଟାଇଥିଲେ । ଏହାପରେ ରୀତିନୀତି ଅନୁସାରେ ପୂଜା ପଣ୍ଡା ହାତରେ ଆଳତୀ ଦୀପ, ଘଣ୍ଟି ସହ ମନ୍ତ୍ରୋଚାରଣ କରି ପତିତପାବନଙ୍କ ଆଳତୀ କରିଛନ୍ତି । ଏହି ଆଳତୀ ଦର୍ଶନ ଅତ୍ୟନ୍ତ ମନମୁଗ୍ଧକର ଅଟେ । ବିଶ୍ବାସ ରହିଛି ସକାଳୁ ସକାଳୁ ଏହାକୁ ଦର୍ଶନ କଲେ ଜୀବନର ସମସ୍ତ ପାପକ୍ଷୟ ହୁଏ ।
ଇଟିଭି ଭାରତ, ପୁରୀ