Mangala Alati: ଦର୍ଶନ କରନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତୀ - ଜନ୍ମବେଦୀରେ ଶ୍ରୀଜିଉ

🎬 Watch Now: Feature Video

thumbnail

By

Published : Jun 26, 2023, 7:35 AM IST

ପୁରୀ: ରତ୍ନ ସିଂହାସନ ଛାଡି ଜନ୍ମବେଦୀରେ ଶ୍ରୀଜିଉ । ଆଡପ ମଣ୍ଡପରେ ବିଜେ କରି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଗତକାଲି ଆଜ୍ଞାମାଳ ଆସିବା ପରେ ଦକ୍ଷିଣ ମୋଡ ନେଇଛନ୍ତି 3 ରଥ । ତାଳଧ୍ଵଜ ଓ ଦର୍ପଦଳନ ରଥ ନାକଚଣା ଦ୍ଵାରରେ ଲାଗିଥିବା ବେଳେ ହୋଇପାରିନି ପ୍ରଭୁ ଜଗନ୍ନାଥଙ୍କ ରଥର ଦକ୍ଷିଣ ମୋଡ଼ । ଆଜି ନନ୍ଦିଘୋଷ ରଥର ହେବ ଦକ୍ଷିଣ ମୋଡ଼ । ଶ୍ରୀମନ୍ଦିରେ ଜଗା ନଥିବାରୁ ଭକ୍ତ ଶୂନ୍ୟ ବଡଦାଣ୍ଡ । ଏଠାରେ ବଡି ଭୋରୁ ପତିତପାବନଙ୍କ ମଙ୍ଗଳ ଆଳତୀ କରାଯାଇଛି । ଆଜି ଦ୍ବାରଫିଟା ନୀତି ପରେ ପତିତପାବନଙ୍କ ମଙ୍ଗଳ ଆଳତୀ କରାଯାଇଥିଲା । ପ୍ରଭାତରୁ ଭାବ ବିନୋଦିଆଙ୍କ ଆଳତୀ ଦର୍ଶନ କଲେ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ଜଗତର କଲ୍ୟାଣ ପାଇଁ ବିଶ୍ବ ନିୟନ୍ତାଙ୍କ ପାଖରେ ଆଳତୀ କରିଥିଲେ ସେବାୟତ । ଘଣ୍ଟି, ଧୂପ ଓ ମନ୍ତ୍ରୋଚାରଣ ସହ ମଙ୍ଗଳ ଆଳତୀ ନୀତି କରାଯାଇଥିଲା । ଆଷାଢ ଶୁକ୍ଳ ଦ୍ବିତୀୟା ତିଥିରେ ଭାଇ ଭଉଣୀଙ୍କୁ ଧରି ଘୋଷଯାତ୍ରାରେ ବାହାରିଥିଲେ ଜଗତର ନାଥ ଜଗନ୍ନାଥ । 

ଇଟିଭି ଭାରତ, ପୁରୀ 

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.