Mangala Alati: ପ୍ରଭାତରୁ ଦର୍ଶନ କରନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତୀ - ପୁରୀ ଶ୍ରୀମନ୍ଦିର ଖବର

🎬 Watch Now: Feature Video

thumbnail

By

Published : May 5, 2023, 6:36 AM IST

ପୁରୀ: ଆହେ କାଳିଆ ସାଆନ୍ତ । ଜଗତର ନାଥ ଜଗନ୍ନାଥ । ଓଁ ନମୋ ଭଗବତେ ବାସୁଦେବାୟ । କୋଟି ଓଡ଼ିଆଙ୍କ ମଉଡମଣୀ । ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ । ଜଗତର କଲ୍ୟାଣ କାମନା କରି ବିଶ୍ବ ନିୟନ୍ତାଙ୍କ ପାଖରେ ପ୍ରତିଦିନ ହୋଇଥାଏ ମଙ୍ଗଳ ଆଳତୀ । ତାର କଳା ବଦନକୁ ଦେଖିବା ପାଇଁ ଚାହିଁ ରହିଥାନ୍ତି ଭକ୍ତ । ସବୁଦିନ ପରି ଆଜି ମଧ୍ୟ ସେବାୟତଙ୍କ ଦ୍ବାରା ପ୍ରଭାତରୁ ଶ୍ରୀମନ୍ଦିର ଦ୍ବାରଫିଟା ନୀତି ସମ୍ପନ୍ନ ହୋଇଛି । ଏହାପରେ ନୀତି ଅନୁସାରେ ଘଣ୍ଟଘଣ୍ଟା, ଦୀପ ଓ ମନ୍ତ୍ରୋଚାରଣ ସହିତ କରାଯାଇଥିଲା ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି । କୋଠ ଭୋଗ ଖିଆ ମୋ ଚକାଆଖିଆ ଗୀତରେ ପ୍ରକମ୍ପିତ ସିଂହଦ୍ବାର । ସକାଳୁ ସକାଳୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦର୍ଶନ କଲେ ଦିନ ମଙ୍ଗଳମୟ ହୋଇଥାଏ । ଏହାସହ ପାପକ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ମଙ୍ଗଳ ଆଳତୀ ଦେଖିବା ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ପ୍ରତିଦିନ ସକାଳେ ଶହଶହ ଭକ୍ତଙ୍କ ସମାଗମ ହୋଇଥାଏ ।

ଇଟିଭି ଭାରତ, ପୁରୀ 

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.