Mangala Alati: ଦର୍ଶନ କରନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତୀ - puri jagannath temple alati
🎬 Watch Now: Feature Video
ପୁରୀ: ଉଠ ଉଠ ମଣିମା ହୁଅ ସଦୟ... ଭକ୍ତଙ୍କ ଗୁହାରି ଶୁଣ ହେ ମହାବାହୁ । ଓଁ ନମୋ ଭଗବତେ ବାସୁଦେବାୟ । ଜଗତର ନାଥ ସେ ମହାପ୍ରଭୁ ଜଗନ୍ନାଥ । ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ । ଜଗତର କଲ୍ୟାଣ ପାଇଁ ବିଶ୍ବ ନିୟନ୍ତାଙ୍କ ପାଖରେ ମଙ୍ଗଳ ଆଳତୀ କରାଯାଏ । ଯାହାର ମାହାତ୍ମ୍ୟ ବେଶ ଅଧିକ । ମହାପ୍ରଭୁଙ୍କ ଦ୍ବାରଫିଟା ନୀତି ସମ୍ପନ୍ନ ପରେ ସବୁ ଦିନ ପରି ଆଜି ମଧ୍ୟ ପତିତପାବନଙ୍କ ମଙ୍ଗଳ ଆଳତୀ ହୋଇଛି । ସେବାୟତଙ୍କ ଦ୍ବାରା ଏହି ମଙ୍ଗଳ ଆଳତୀ ହୋଇଛି । ଘଣ୍ଟି, ଘଣ୍ଟା ଓ ମନ୍ତ୍ରୋଚାରଣରେ ପ୍ରକମ୍ପିତ ହୋଇଛି ଶ୍ରୀମନ୍ଦିର ପରିବେଶ । ଯାହା ଦେଖିବାକୁ ବେଶ ମନମୁଗ୍ଧକର । ପତିତପାବନଙ୍କ ମଙ୍ଗଳ ଆଳତୀ ଦର୍ଶନ ଶୁଭମୟ ହୋଇଥାଏ । କୁହାଯାଏ ମହାପ୍ରଭୁଙ୍କ ଡୋରି ଲାଗିଲେ ହିଁ ଏହି ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳେ । ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇଥାଏ ପରିବେଶ । ଭକ୍ତମାନେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦର୍ଶନ କରିବା ପାଇଁ ମନ୍ଦିର ଆଗରେ ଭିଡ ଲଗାଇଥାନ୍ତି ।
ଇଟିଭି ଭାରତ, ପୁରୀ