Mangal Alati: ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ, ଦେଖନ୍ତୁ ଅପୂର୍ବ ଦୃଶ୍ୟ - ମଙ୍ଗଳ ଆଳତୀ

🎬 Watch Now: Feature Video

thumbnail

By

Published : Jul 27, 2023, 7:04 AM IST

ପୁରୀ: ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ । କୋଟି ଓଡିଆଙ୍କ ମଉଡ ମଣି ମହାପ୍ରଭୁ ଜଗନ୍ନାଥ । ଭାବର ଠାକୁର କଳାଠାକୁର । ନିରାଶର ଆଶା ସେ ଅନାଥର ନାଥ । ତାଙ୍କର ଦର୍ଶନ ପାଇଁ ଭକ୍ତ ଆତୁର । ସମଗ୍ର ବିଶ୍ବର ମଙ୍ଗଳ କାମନା କରି ଶ୍ରୀମନ୍ଦିରରେ ପତିତପାବନଙ୍କ ନିକଟରେ ପ୍ରତ୍ୟେକ ଦିନ ମଙ୍ଗଳ ଆଳତୀ କରାଯାଏ । ସବୁଦିନ ପରି ଆଜି ମଧ୍ୟ ସେବାୟତଙ୍କ ଦ୍ବାରା ବଡି ଭୋରରୁ ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଥିଲା। ଏହାପରେ ଧୂପ, ଘଣ୍ଟି ଓ ମନ୍ତ୍ରୋଚାରଣ ସହ ସମ୍ପନ୍ନ ହୋଇଛି ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି । ସକାଳୁ ସକାଳୁ ପ୍ରଭୁ ଜଗନ୍ନାଥଙ୍କ ଆଳତୀ ଦର୍ଶନ କଲେ ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ବାସ ରହିଛି ।  ଆଳତୀ ନେବା ପାଇଁ ସକାଳୁ ସକାଳୁ ଶ୍ରୀମନ୍ଦିରରେ ଭିଡ ଜମାଇଥାନ୍ତି ଭକ୍ତ ।  ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନେକ ନାମ । କିଏ କାଳିଆ ସାଆନ୍ତେ ତ ଆଉ କିଏ ନଟଖଟିଆ, ମହାବାହୁ ପୁଣି କିଏ ବଡ ଠାକୁର ନାମରେ ତାଙ୍କୁ ଡାକନ୍ତି ।  

ଇଟିଭି ଭାରତ,ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.