Mangala Alati: ପ୍ରଭାତରୁ ଦର୍ଶନ କରନ୍ତୁ ଜଗାର ଦିବ୍ୟ ଆଳତୀ
ପୁରୀ: ଉଠ ଉଠ ମଣିମା ହୁଅ ସଦୟ । ଓଁ ନମୋ ଭଗବତେ ବାସୁଦେବାୟ । ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ । ଜଗତର କଲ୍ୟାଣ ପାଇଁ ବିଶ୍ବ ନିୟନ୍ତାଙ୍କ ପାଖରେ କରାଯାଏ ମଙ୍ଗଳ ଆଳତୀ । ଯାହାର ମାହାତ୍ମ୍ୟ ବେଶ ଅଧିକ । ଦ୍ବାରଫିଟା ନୀତି ସମ୍ପନ୍ନ ପରେ ସବୁ ଦିନ ପରି ଆଜି ମଧ୍ୟ ସେବାୟତଙ୍କ ଦ୍ବାରା ନୀତି ଅନୁସାରେ ଘଣ୍ଟି, ଦୀପ ଓ ମନ୍ତ୍ରୋଚାରଣ ସହ ପତିତପାବନଙ୍କ ମଙ୍ଗଳ ଆଳତୀ କରାଯାଇଛି । ଏହି ସମୟରେ ଶ୍ରୀମନ୍ଦିରରେ ଥିବା ଭକ୍ତଙ୍କ ମୁଖରୁ ଓଁ ନମଃ ଭଗବତେ ବାସୁଦେବାୟ ଶୁଣିବାକୁ ମିଳିଛି । ତେବେ ସକାଳୁସକାଳୁ ଏହି ଆଳତୀ ଦେଖିବା ଦ୍ବାରା ପୁରା ଦିନ ମଙ୍ଗଳମୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ତାର ଚକା ଆଖିକୁ ଦେଖି ଭାବ ବିହ୍ବଳ ହୋଇ ପଡିଛନ୍ତି ଭକ୍ତ । ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦର୍ଶନ କଲେ ଦିନ ଶୁଭମୟ ହୋଇଥାଏ ।
ଇଟିଭି ଭାରତ, ପୁରୀ