Watch Video: ନଥିଲା ହ୍ବିଲଚେୟାର ଆହତ ପୁଅକୁ ସ୍କୁଟିରେ ବସାଇ ଲିଫ୍ଟରେ ଗଲେ ବ୍ୟକ୍ତି - ଆହତ ପୁଅକୁ ଧରି ସ୍କୁଟ ସହ ଲିଫ୍ଟରେ ଗଲେ ବ୍ୟକ୍ତି

🎬 Watch Now: Feature Video

thumbnail

By

Published : Jun 16, 2023, 1:32 PM IST

ଜୟପୁର: ରାଜସ୍ଥାନର ଏକ ହସ୍ପିଟାଲରେ ଅଜବ ଘଟଣା । ଆହତ ପୁଅଙ୍କୁ ନେଇ ସ୍କୁଟି ଧରି ହସ୍ପିଟାଲ ମଧ୍ୟକୁ ଏଣ୍ଟ୍ରି ମାରିଲେ ବ୍ୟକ୍ତି । ଖାଲି ଏତିକି ନୁହଁ ସ୍କୁଟିକୁ ଧରି ସେ ଲିଫ୍ଟରେ ହସ୍ପିଟାଲର ଦ୍ବିତୀୟ ମହଲାକୁ ମଧ୍ୟ ଯାଇଥିଲେ । ପୁଅର ହାତ ଭାଙ୍ଗି ଯାଇଥିବାରୁ  ଅର୍ଥୋପେଡିକ ଓପିଡିରେ ଚିକିତ୍ସା କରାଯିବା ସହ ହାତକୁ ବ୍ୟାଣ୍ଡେଜ କରାଯାଇଥିଲା । ଚିକିତ୍ସା ଶେଷ ହେବା ପରେ ବ୍ୟକ୍ତି ଜଣଙ୍କ ସ୍କୁଟ ସହ ଲିଫ୍ଟରେ ତଳକୁ ଆସିଥିଲେ । ଯାହାକୁ ଦେଖି ଦେଖେଣାହାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ଘଟଣାକୁ ନେଇ ହସ୍ପିଟାଲର କର୍ମଚାରୀ ବ୍ୟକ୍ତି ଜଣଙ୍କୁ ବିରୋଧ କରିଥିଲେ । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇଁ ପୋଲିସ ହସ୍ପିଟାଲରେ ପହଞ୍ଚି ବୁଝାସୁଝା କରିଥିଲା। କୋଟା ଅଞ୍ଚଳର ମହାରାଓ ଭୀମ ସିଂ ହସ୍ପିଟାଲରେ ଏପରି ଘଟଣା ଘଟିଛି । ଏହି ଘଟଣାର ପୁରା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ବ୍ୟକ୍ତି ଜଣଙ୍କ କିପରି ସ୍କୁଟି ସହ ଲିଫ୍ଟରେ ଯାଉଛନ୍ତି ତାହା ଭିଡିଓରେ ଦେଖିବାକୁ ମିଳିଛି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.