ପୂରଣ ହେଲା ମାନସିକ, ଭାରରେ ବୋହି ପୁଅ ଓ ଝିଅକୁ ଜଗା ଦର୍ଶନ କରାଇଲେ ବାପା - କାନ୍ଧରେ ପୁଅଝିଅଙ୍କୁ ଜଗା ଦର୍ଶନ କଲେ ବାପା
🎬 Watch Now: Feature Video
Published : Dec 10, 2023, 7:06 PM IST
|Updated : Dec 10, 2023, 9:32 PM IST
ପୁରୀ: ସତରେ ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ଲୀଳା ବଡ ବିଚିତ୍ର । ତାଙ୍କୁ ଯିଏ ଭାବରେ ଡାକେ ତାର ମନସ୍କାମନା ପୂର୍ଣ୍ଣ କରନ୍ତି କାଳିଆ ଠାକୁର । ଏମିତି ଅନେକ ଉଦାହରଣ ବର୍ଣ୍ଣନା ରହିଛି । ତେବେ ମହାପ୍ରଭୁଙ୍କ ଏଭଳି ଲୀଳା ଶ୍ରୀକ୍ଷେତ୍ରରେ ପୁଣି ଦେଖିବକୁ ମିଳିଛି । ମାନସିକ ପୂରଣ ହେବା ପରେ ଭାର ସାହାଯ୍ୟରେ ପୁଅ ଓ ଝିଅକୁ ଜଗା ଦର୍ଶନ କରାଇଲେ ବାପା । ଆଜି ସକାଳୁ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଛି ଏଭଳି ଏକ ନିଆରା ଦୃଶ୍ୟ ।
ଖୋର୍ଦ୍ଧା ଜଟଣୀ କୁସୁମିଟିର ଅଜୟ କୁମାର ଖମାର । ଖାଲି ପାଦରେ ଚାଲି ଚାଲି କାଳିଆ ଦର୍ଶନ ପାଇଁ ପୁଅ ଝିଅକୁ ଭାର ସାହାଯ୍ୟରେ ଶ୍ରୀକ୍ଷେତ୍ର ଆଣିଛନ୍ତି ବାପା ଅଜୟ । ତେବେ ଅଜୟଙ୍କ କହିବାନୁଯାୟୀ, ପୁଅର ଦେହ ଅସୁସ୍ଥ ଥିବାରୁ ଦୀର୍ଘଦିନ ଧରି ସେ ଆଇସିୟୁରେ ଚିକିତ୍ସିତ ହେଉଥିଲା । ପୁଅକୁ ସୁସ୍ଥ କରିବା ପାଇଁ ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ମହାପ୍ରଭୁଙ୍କ ଆଶୀର୍ବାଦରୁ ପୁଅ ସୁସ୍ଥ ହୋଇଯିବାରୁ ଉଭୟ ପୁଅ ଓ ଝିଅକୁ ମହାପ୍ରଭୁଙ୍କ ନିକଟକୁ ଆଣିବା ପାଇଁ ମାନସିକ କରିଥିଲେ । ତେଣୁ ଗତକାଲି ଭାର ସାହାଯ୍ୟରେ ଜଟଣୀରୁ ଖାଲି ପାଦରେ ଚାଲି ଚାଲି ଆଜି ଶ୍ରୀକ୍ଷେତ୍ରରେ ପହଞ୍ଚିଥିବା ବେଳେ ଶ୍ରୀମନ୍ଦିର ଯାଇ ପୁଅ ଝିଅକୁ ମହାପ୍ରଭୁଙ୍କ ଦର୍ଶନ ମଧ୍ୟ କରାଇଛନ୍ତି । ଏଥିସହ ମହାପ୍ରଭୁ ସଦାସର୍ବଦା ତାଙ୍କ ପୁଅ ଝିଅକୁ ଘଣ୍ଟଘୋଡାଇ ରଖିଥାନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି । ଅନ୍ୟପଟେ ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ଏହି ନିଆରା ଦୃଶ୍ୟ ଦେଖି ସମସ୍ତେ ଭାବ ବିହ୍ବଳ ହୋଇପଡିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ.....ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପୋଢୁଆଁ ନୀତି, ଜନସମୁଦ୍ର ବଡ଼ଦାଣ୍ଡ
ଇଟିଭି ଭାରତ, ପୁରୀ