ଭୁବନେଶ୍ବର: ଶୀତ ଧିରେ ଧିରେ ଓଡ଼ିଶା ଛାଡୁଥିବା ବେଳେ ପ୍ରଭାବ ବିସ୍ତାର ଆରମ୍ଭ କଲାଣି ଖରା । କାଲି ଠାରୁ ତାପମାତ୍ରା ଆହୁରି ବଢ଼ିବ ।ଆସନ୍ତାକାଲି(ଗୁରୁବାର) ଠାରୁ ଟାଇଁ ଟାଇଁ ଖରା ହେବାକୁ ଥିବା ବେଳେ ସବୁଠି ପାରଦ ଉପରମୁଁହା ହେବ । ଏପଟେ ତାତି ବଢ଼ିଥିବା ବେଳେ ଘନକୁହୁଡ଼ି ଅସ୍ତବ୍ୟସ୍ତ କରୁଛି । ଆହୁରି ୨ ଦିନ ପର୍ଯ୍ୟନ୍ତ ଘନକୁହୁଡ଼ି ଲାଗି ରହିବ । କିଛି କିଛି ସ୍ଥାନରେ ଜିରୋ ଭିଜିବିଲିଟି ରହିବାର ସମ୍ଭାବନା ରହିଛି ।
ବଢ଼ିବ ତାତି:
ରାଜ୍ୟରେ ବର୍ତ୍ତମାନ ଶୀତ ଗାୟବ, ଆସନ୍ତାକାଲିଠୁ ଟାଇଁଟାଇଁ ଖରା । ସପ୍ତାହେ ଯାଏଁ ଗରମର ଅନୁଭୂତି ସହ ଖରାରୁ ତ୍ରାହି ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ରାଜ୍ୟରେ ସବୁଠି ବଢିବ ପାରଦ ଆଉ ସବୁଠି ଗରମର ଅନୁଭୂତ ହେବ । ସ୍ବାଭାବିକ ଠାରୁ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ତାପମାତ୍ରା । ଆଗାମୀ ୪ରୁ ୫ ଦିନ ଯାଏଁ ଦିନ ଏବଂ ରାତ୍ରି ତାପମାତ୍ରା ଅଧିକା ରହିବ । ଆଜି ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ବଢିଛି । କିଛି ସ୍ଥାନରେ ଗରମ ଅନୁଭବ ହୋଇଛି । ଆଗାମୀ ୫ ରୁ ୭ ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ରାତ୍ରି ତାପମାତ୍ରାରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିବନାହିଁ । ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରାରେ ବୃଦ୍ଧି ଦେଖିବାକୁ ମିଳିଥିବା ବେଳେ ଉପକୂଳ ଓଡିଶାରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ ।
ଘନକୁହୁଡ଼ି ୱାର୍ଣ୍ଣିଂ:
ରାଜ୍ୟରେ ସକାଳୁ ସକାଳୁ କୁହୁଡ଼ି କଲବଲ କରୁଥିବା ବେଳେ ତାତି ଅନୁଭୂତ ଆରମ୍ଭ ହେଲାଣି । ଆସନ୍ତାକାଲି ଠାରୁ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସହ ଖରା ବଢ଼ିବ । ତାପମାତ୍ରା ବୃଦ୍ଧି ସହ ଆସନ୍ତା ୪୮ ଘଣ୍ଟା ଯାଏଁ ଅସ୍ତବ୍ୟସ୍ତ କରିବ ଘନକୁହୁଡି । ଆଗାମୀ ୨୪ ଘଣ୍ଟା ପାଇଁ ଘନକୁହୁଡ଼ିକୁ ନେଇ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
19 ଜିଲ୍ଲା ଗୁଡିକ ହେଲା:
- ମାଲକାନଗିରି
- କୋରାପୁଟ
- ରାୟଗଡା
- ଗଜପତି
- ଗଞ୍ଜାମ
- କନ୍ଧମାଳ
- ନୟାଗଡ
- ଖୋର୍ଦ୍ଧା
- ପୁରୀ
- ଜଗତସିଂହପୁର
- କଟକ
- କେନ୍ଦ୍ରାପଡା
- ଯାଜପୁର
- ଢେଙ୍କାନାଳ
- ଅନୁଗୋଳ
- କେନ୍ଦୁଝର
- ମୟୂରଭଞ୍ଜ
- ଦେବଗଡ
- ସମ୍ବଲପୁର
Warning for the State.
— Meteorological Centre, Bhubaneswar (@mcbbsr) January 29, 2025
Day-1 & Day-2 : Dense Fog Warning at one or two places over the marked districts.
Day-3 to Day-5 : No Warning. #Odisha #weatherforecast pic.twitter.com/wHXw29yb87
ଆସନ୍ତାକାଲି ପାଇଁ ୱାର୍ଣ୍ଣିଂ:
ସେହିପରି ଆସନ୍ତାକାଲି ୧୧ ଜିଲ୍ଲାରେ ଘନକୁହୁଡ଼ି ଦୃଶ୍ୟମାନ ହେବ । ଏଥିପାଇଁ ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଅନୁଗୋଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକରେ ଦୃଶ୍ୟମାନର ଦୂରତା ୫୦ରୁ ୨୦୦ ମିଟର ଭିତରେ ରହିବ । ଯାହାକୁ ନେଇ ଯାତାୟତ ବେଳେ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ସେହିପରି ବାଲେଶ୍ବର, ଭଦ୍ରକ, କଳାହାଣ୍ଡି, ରାୟଗଡ଼ା, ସୁନ୍ଦରଗଡ଼ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି । ମୁଖ୍ୟତଃ ଭୋର ସମୟରେ ଅଧିକ କୁହୁଡ଼ି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି ।
ଏହା ମଧ୍ଯ ପଢ଼ନ୍ତୁ. |
କେଉଁଠି କେତେ ତାପମାତ୍ରା:
ଗତ ୨୪ ଘଣ୍ଟା ମଧ୍ୟରେ ପାହାଡ଼ିଆ ଅଞ୍ଚଳ ଭାବରେ ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୯.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମତଳ ଅଞ୍ଚଳ ଭାବରେ ରାଉରକେଲାରେ ୧୦.୦ ଡିଗ୍ରୀ ସଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେପଟେ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ବରଗଡ଼ରେ ସର୍ବାଧିକ ୩୩.୦ ଡିଗ୍ରୀ ରେକର୍ଡ କରାଯାଇଛି । ଅନ୍ୟପଟେ କିଛି ଜିଲ୍ଲାରେ ଘନକୁହୁଡ଼ି ଅସ୍ତବ୍ୟସ୍ତ କରିଥିବା ବେଳେ ଅନୁଗୋଳ, କୋରାପୁଟ ଓ ନୟାଗଡ଼ରେ ପ୍ରବଳ ଘନକୁହୁଡ଼ି ଦେଖାଯିବା ସହ ଦୃଶ୍ୟମାନର ଦୂରତା ୫୦ ମିଟର ରହିଥିଲା ।
ଇଟିଭି ଭାରତ, ଭୁବନେଶ୍ବର