ଗ୍ୟାସ ବିସ୍ଫୋରଣରେ ଉଡ଼ିଗଲା ଘର: ଚାଲିଗଲା ଜଣଙ୍କ ଜୀବନ, ୨ ଗୁରୁତର

By ETV Bharat Odisha Team

Published : Oct 19, 2023, 10:13 PM IST

thumbnail

ବାଲେଶ୍ୱର: ଜିଲ୍ଲା ନୀଳଗିରି ଥାନା ନରସିଂହପୁର ପଞ୍ଚାୟତ ପୁରୁଣା ଗ୍ରାମରେ ଗ୍ୟାସ୍ ସିଲିଣ୍ଡରେ ବିସ୍ଫୋରଣ । ଏହି ବିସ୍ଫୋରଣରେ 2 ଜଣ ଗୁରୁତର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରୋଷେଇ କରୁଥିବା ବେଳେ ଗ୍ୟାସ୍ ସିଲିଣ୍ଡରେ ନିଆଁ ଲାଗି ବିସ୍ଫୋରଣ ହୋଇଥିବା ଜଣାପଡିଛି । ଘରଟି ସମ୍ପିର୍ଣ୍ଣ ଉଜୁଡି ଯାଇଛି ।  

ସୂଚନା ଅନୁସାରେ, ପୁରୁଣା ଗ୍ରାମର ହରିହର ବେହେରାଙ୍କ ଘରେ ଆଜି ଅପରାହ୍ନରେ ହଠାତ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ଘରେ ଥିବା ଗ୍ୟାସ୍ ସିଲିଣ୍ଡରେ ରୋଷେଇ କରୁଥିବା ବେଳେ ନିଆଁ ଲାଗି ଗ୍ୟାସ ଫାଟି ବିସ୍ଫୋରଣ ହୋଇଥିବା ବେଳେ ଘରେ ଥିବା କିଛି ବାଣରେ ମଧ୍ୟ ନିଆ ଲାଗିଥିଲା । ଫଳରେ ବିସ୍ଫୋରଣ ଆହୁରି ତୀବ୍ର ହୋଇଥିବା ଜଣାପଡିଛି । ଏହି ବିସ୍ଫୋରଣରେ ପରିବାର ସମସ୍ତ ସଦସ୍ୟ ଗୁରୁତର ହୋଇ ଯାଇଥିଲେ । ଗୁରୁତର ମାନଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଭାଗବତ ବେହେରାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ହରିହାରଙ୍କ ସ୍ତ୍ରୀ ସୁକାନ୍ତି ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଘଟାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆକୁ ଆୟତ୍ତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ବାଣ ଗୋଦାମ ବିସ୍ଫୋରଣରେ ମୃତ୍ୟୁଂସଖ୍ୟା 14କୁ ବୃଦ୍ଧି, ପୀଡିତ ପରିବାରକୁ ୫ ଲକ୍ଷ ଅନୁକମ୍ପା ଘୋଷଣା

ଇଟିଭି ଭାରତ,ବାଲେଶ୍ୱର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.