ନେତାଜୀ ବସ ଟର୍ମିନାଲରେ ଲାଗିବ ସ୍କ୍ରାପ ମେଟାଲ ୱାଲ କ୍ଲକ, ଚାଲିଛି ପ୍ରସ୍ତୁତି - ନେତାଜୀ ବସ ଟର୍ମିନାଲରେ ଲାଗିବ ସ୍କ୍ରାପ ମେଟାଲ ୱାଲ କ୍ଲକ
🎬 Watch Now: Feature Video
କଟକ: ନେତାଜୀ ବସ ଟର୍ମିନାଲରେ ଲାଗିବ ୱାଲ କ୍ଲକ । ଏଥିପାଇଁ ସ୍କ୍ରାପ ମେଟାଲରେ ପ୍ରସ୍ତୁତ ହେଉଛି ୱାଲ୍ କ୍ଲକ । ଅଦରକାରୀ ଗାଡି ପାର୍ଟସରେ ପ୍ରସ୍ତୁତ ହେଉଛି ଏକ୍ସଟେରିୟର ୱାଲ କ୍ଲକ । କଟକ ବିଡ଼ାନାସୀ ଅଞ୍ଚଳର ଭାସ୍କର୍ଯ୍ୟ ଶିଳ୍ପୀ ସଞ୍ଜୀବ କୁମାର ବିଶ୍ବାଳ ନିଆରା ଢଙ୍ଗରେ ନିର୍ମାଣ କରୁଛନ୍ତି ଏହି ୱାଲ କ୍ଲକ୍ । ଯାହାର ଉଚ୍ଚତା 8 ଫୁଟ ରହିଥିବା ବେଳେ ଚଉଡା ଦଶ ଫୁଟ ରହିଛି। ଅଦରକାରୀ ସାମଗ୍ରୀ ଯେପରି ,ଟ୍ରକ, ବସ ,ଅଟୋ, ମଟର ସାଇକେଲ, ଗାଡିଚେନ ଷ୍ଟେପିନ୍ ବ୍ୟବହାର ହୋଇଛି ଏହି ୱାଲ କ୍ଲକରେ । ତେବେ ଏହା ସମ୍ପୂର୍ଣ୍ଣ ପ୍ରସ୍ତୁତ ହେଲେ ପରେ ଖାନଗର ନୂତନ ନେତାଜୀ ବସ ଟର୍ମିନାଲରେ ଶୋଭା ପାଇବା ବୋଲି କହିଛନ୍ତି ସଞ୍ଜୀବ। ଖାନଗର ନୂତନ ନେତାଜୀ ବସ ଟର୍ମିନଲ ର ପ୍ରବେଶ ପଥ କାନ୍ଥରେ ଲାଗିବ ଏହି ସ୍କାର୍ପ ମେଟାଲ ଏକ୍ସଟେରିଅର ୱାଲ କ୍ଲକ । ଏହି ୱାଲ୍ କ୍ଲକ୍ରେ ରହିବ ଏକ ବଡ଼ ନେତାଜୀଙ୍କ ମୁହଁର ପ୍ରତିକୃତି । ଯାହାକୁ ତିଆରି କରୁଛନ୍ତି ଚିତ୍ର ଶିଳ୍ପ ରବି ରଥ । ତେବେ କ୍ଲକ୍ ତିଆରି କରିବା ପାଇଁ 4 ଜଣ କାରିଗର ନିୟୋଜିତ ହୋଇଛନ୍ତି । ଏଥିରେ 2 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି କହିଛନ୍ତି ସଞ୍ଜିବ । ସେପଟେ ୱାଲ୍ କ୍ଲକ୍ ପ୍ରସ୍ତୁତ କରି ବେଶ ଖୁସ ଅଛନ୍ତି କାରିଗର । ପୂର୍ବରୁ ହକି ବିଶ୍ଵକପ ସମୟରେ ବିଭିନ୍ନ ଗାଡ଼ି ସ୍କାର୍ପରେ ବିଶ୍ୱକପ ଟ୍ରଫି ସ୍କଲପ୍ଚର କରି ବେଶ ପ୍ରଶଂସା ସାଉଁଟିଥିଲେ ସଞ୍ଜିବ ।
ଇଟିଭି ଭାରତ, କଟକ