ଶାରଦୀୟ ଦୁର୍ଗୋତ୍ସବ: ବାଙ୍କୀ ମୁହାଣ ରାମଚଣ୍ଡୀ ମନ୍ଦିରରେ ମହାନବମୀ ପୂଜା - ମହାନବମୀ ପୂଜା

🎬 Watch Now: Feature Video

thumbnail

By ETV Bharat Odisha Team

Published : Oct 22, 2023, 6:23 PM IST

ପୁରୀ: ଶାରଦୀୟ ଦୁର୍ଗାତ୍ସୋବକୁ ନେଇ ସବୁ ଶକ୍ତିପୀଠ ଚଳଚଞ୍ଚଳ । ପୂଜା ମଣ୍ଡପଗୁଡିକରେ ଦେବୀ ଦୁର୍ଗାଙ୍କ ମହାଷ୍ଟମୀ ପୂଜା ହେଉଥିବା ବେଳେ ଦେବୀଙ୍କ ପୀଠଗୁଡିକରେ ପରମ୍ପରା ଅନୁଯାୟୀ ମହା ନବମୀ ପୂଜା ଅନୁଷ୍ଠିତ ହୋଇଛି । ମା'ଙ୍କ ଦର୍ଶନ ପାଇଁ ଦେଵୀ ପୀଠଗୁଡିକରେ ମଧ୍ୟ ଭକ୍ତଙ୍କ ବେଶ ଭିଡ଼ ଜମିଛି । ପୁରୀ ସହରରେ ଥିବା ବାଙ୍କି ମୁହାଣ ରାମ ଚଣ୍ଡୀ ମନ୍ଦିର ବେଶ ପ୍ରସିଦ୍ଧ । ଏଠାକୁ ଶହ ଶହ ଭକ୍ତ ଶାରଦୀୟ ଦୁର୍ଗାପୂଜାରେ ଆସିଥାନ୍ତି ।  ନିଜର ପରିବାରର ମଙ୍ଗଳ ମନାସି ପୂଜାର୍ଚ୍ଚନା କରିବା ସହ ଭୋଗ ଲାଗି କରିଥାଆନ୍ତି । ତେବେ ବାଙ୍କୀ ମୁହାଣ ରାମଚଣ୍ଡୀ ମନ୍ଦିର ପୂଜକ କହିଛନ୍ତି ଶାରଦୀୟ ଦୁର୍ଗାପୂଜାରେ ଦେବୀ ପୀଠର ପରମ୍ପରା ଅନୁଯାୟୀ ଷୋଡ଼ଶ ଉପଚାର ପୂଜା ସହ ବିଭିନ୍ନ ଦିବସରେ ମା'ଙ୍କ ବେଶ ନୀତି ଅନୁଷ୍ଠିତ ହେଉଛି ।  

ଏହା ବି ପଢନ୍ତୁ- ଦୁର୍ଗାପୂଜାରେ ଶ୍ରୀକ୍ଷେତ୍ରର ନିଆରା ପରମ୍ପରା, ଏଠାରେ ଗୋଷାଣୀ ରୂପରେ ପୂଜା ପାଆନ୍ତି ମାଆ ଦୁର୍ଗା

ବାଙ୍କି ମୁହାଣ ରାମଚଣ୍ଡୀ ମନ୍ଦିରରେ ମହା ନବମୀ ଅବସରରେ ମା'ଙ୍କ ମହା ସରସ୍ଵତୀ ବେଶ ଅନୁଷ୍ଠିତ ହୋଇଛି । ବେଶ ଦର୍ଶନ ପାଇଁ ଶହ ଶହ ଭକ୍ତଙ୍କ ଭିଡ଼ ଲାଗି ରହିଛି । ତେବେ ପୂଜକ କହିଛନ୍ତି ଯେ ମହା ନବମୀରେ ବିଶେଷ ପୂଜା ଭାବେ ସନ୍ଧି ପୁଜା ଅନୁଷ୍ଠିତ ହୋଇଥାଏ। ପରେ ମହା ନବମୀ ପୂଜା ହେଇଥାଏ । ଦିନକୁ ୨ ଥର ଶଙ୍ଖୁଡ଼ି ଭୋଗ ତଥା ଆମିଷ ଭୋଗ ଲାଗି ହୋଇଥାଏ । ଷୋଡ଼ଶ ପୂଜା ବେଳେ ସକାଳ ଓ ରାତ୍ରି ଧୂପ ପରେ ଦୁଇ ଷୋଡ଼ଶ ପୂଜା ଅନୁଷ୍ଠିତ ହୋଇଥାଏ ।  ତେବେ ଜଗତଜନନୀ ମା' କରୁଣାମୟୀ । ତାଙ୍କୁ ଶାରଦୀୟ ଦୁର୍ଗାପୂଜାରେ ନିଷ୍ଠାର ସହ ଉପାସନା କଲେ ଅଶେଷ ପୁଣ୍ୟ ମିଳିବା ସହ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ମା' ରାମଚଣ୍ଡିଙ୍କ ପୂଜକ କହିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.