ମାଆ ଭଟ୍ଟାରିକାଙ୍କ ଆୟୁଧ ଶୋଭାଯାତ୍ରା ଆରମ୍ଭ - ଦଶହରାର ଷୋଡଶ ପୂଜା
🎬 Watch Now: Feature Video
କଟକ: ଜିଲ୍ଲା ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କର ଆୟୁଧ ଶୋଭାଯାତ୍ରା ଆରମ୍ଭ ହୋଇଛି । ପ୍ରତ୍ୟେକ ବର୍ଷ ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ 16 ଦିନ ଧରି ମାଆଙ୍କର ଦଶହରାର ଷୋଡଶ ପୂଜା ଅନୁଷ୍ଠିତ ହୋଇଥାଏ । ସସାଙ୍ଗ ଗ୍ରାମରେ ଥିବା ମାଆଙ୍କର ଗନ୍ତାଘରୁ ମାଆଙ୍କର ଆୟୁଧ ମାଙ୍କ ମନ୍ଦିରକୁ ଆସିଥାଏ । ମୂଳାଷ୍ଟମୀ ଠାରୁ ବିଜୟାଦଶମୀ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ମା ଭଟ୍ଟାରିକା ବିଭିନ୍ନ ସ୍ବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇ ବିଭିନ୍ନ ବେଶରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥାନ୍ତି । ଯାତ୍ରାରେ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦେଖି ବଡ଼ମ୍ବା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
Last Updated : Feb 3, 2023, 8:28 PM IST