Lunar eclipse: କେଉଁ ସମୟରେ କରିବେ ଚନ୍ଦ୍ର ପୂଜା ସହ ଜହ୍ନି ଓଷା ଉଦଯାପନ, ଜାଣନ୍ତୁ ପଣ୍ତିତଙ୍କ ମତ - ଜହ୍ନି ଓଷା ଉଦଯାପନ ଜାଣନ୍ତୁ ପଣ୍ତିତଙ୍କ ମତ
🎬 Watch Now: Feature Video
Published : Oct 27, 2023, 6:15 PM IST
କଟକ: ଆସନ୍ତାକାଲି(ଶନିବାର) ଲାଗୁଛି ଚନ୍ଦ୍ରଗ୍ରହଣ । କାଲି (ଶନିବାର) କୁମାର ପୂର୍ଣ୍ଣିମା ପଡୁଥିବା ବେଳେ ଚନ୍ଦ୍ର ପୂଜା କେଉଁ ସମୟରେ କରିବେ ଓ ଦେବପୂଜା ନେଇ ପଣ୍ତିତ ସମୟ ନିର୍ଦ୍ଧାରଣ କରିଛନ୍ତି । ଏହାକୁ ନେଇ ପଣ୍ତିତ କହିଛନ୍ତି, ଚଳିତ ଗ୍ରହଣରେ ରାହୁ ଚନ୍ଦ୍ରଙ୍କୁ ଗ୍ରାସ କରିବ । ତେଣୁ ସନାତନ ଧର୍ମ ଅନୁଯାୟୀ 4 ଘଣ୍ଟା.4 ମିନିଟ. 55 ସେକେଣ୍ଡ ପରେ ପାକ ଗ୍ରହଣ କରାଯିବ ନାହିଁ, ସମସ୍ତ ଦେବ ନୀତି ବାରଣ ରହିବ । କୁମାରୀମାନେ ଚନ୍ଦ୍ରପୂଜା ରାତ୍ର ସମୟରେ ନୁହେଁ ସକାଳ ଠାରୁ ଅପରାହ୍ନ 4.04 ମିନିଟ ପୂର୍ବରୁ କରିବେ । ଚନ୍ଦ୍ର ଗ୍ରହଣ ରାତ୍ର 1.17 ମିନିଟରୁ ଲାଗି 2.23ରେ ସର୍ବମୋକ୍ଷରେ ପହିଁଞ୍ଚିବ । ତେଣୁ କୁମାରୀମାନେ ରାତ୍ରରେ ଚନ୍ଦ୍ର ଦେଖି ପୂଜା କରି ପାରିବେ ନାହିଁ । 4 ଘଟିକା 4 ମିନିଟ ପୂର୍ବରୁ ଚନ୍ଦ୍ର ପୂଜା ସହ ଜହ୍ନି ଓଷା ଉଦଯାପନ କରିବାର ବିଧି ରହିଛି । ଏହାସହ ଗଜଲକ୍ଷ୍ମୀ ପୂଜା ମଧ୍ୟ ହାଣ୍ତି ଛାଡ ପୂର୍ବରୁ କରିବାକୁ ପରାମର୍ଶ ଦେଇଛନ୍ତି ପଣ୍ଡିତ । ଅନ୍ୟପଟେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ ହେବ ସହ ଠାକୁରଙ୍କ ପାଖରେ ଭୋଗ ଲାଗିବ । ଗତକାଲି ଦେବୋତ୍ତର କମିଶନର ମନ୍ଦିର ଟ୍ରଷ୍ଟ ବୋର୍ଡ ସହ ଆଲୋଚନା ପରେ ନିଆଯାଇଛି ଏହି ନିଷ୍ପତ୍ତି ।
ଇଟିଭି ଭାରତ, କଟକ