LokSabha : ବ୍ୟାଙ୍କର ପ୍ରତିନିଧିଙ୍କ ସମସ୍ୟା ଲୋକସଭାରେ ଉଠାଇଲେ ବାଲେଶ୍ବର ସାଂସଦ

🎬 Watch Now: Feature Video

thumbnail

By

Published : Dec 14, 2022, 8:14 PM IST

Updated : Feb 3, 2023, 8:35 PM IST

ନୂଆଦିଲ୍ଲୀ: ଗ୍ରାମଞ୍ଚଳରେ ବ୍ୟାଙ୍କ ସେବା ଯୋଗାଇ ଆସୁଛନ୍ତି ବିଭିନ୍ନ ବ୍ୟାଙ୍କର ପ୍ରତିନିଧି । ଗତ 9 ବର୍ଷରେ ଓଡିଶାରେ ଏହି ବ୍ୟାଙ୍କ ସେବା ଯୋଗାଉଥିବା କର୍ମୀଙ୍କ ସଂଖ୍ୟା 700ରୁ ଅଧିକ ରହିଛି । ଏମାନଙ୍କୁ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ନିଯୁକ୍ତି ମିଳିଛି । ହେଲେ ଘରରୁ ଘର ବୁଲି ସେବା ଯୋଗାଉଥିବା ଏହି କର୍ମୀଙ୍କ ସହାୟତା ରାଶି କମାଇ ଦିଆଯିବ ବୋଲି ସୂଚନା ମିଳିଛି । ଏପରିକି 1500ରୁ 1700 ଟଙ୍କା ପର୍ଯ୍ୟନ୍ତ ସେମାନଙ୍କ ସହାୟତା ରାଶି କମାଇ ଦିଆଯାଇପାରେ । ଫଳରେ ଏତେ କମ ଟଙ୍କାରେ ପରିବାର ପ୍ରତିପୋଷଣ କରିବା ସମ୍ଭବ ନୁହେଁ । ତେଣୁ ସେମାନଙ୍କ କଥା ବୁଝିବା ପାଇଁ ଓଡିଶା ସରକାରଙ୍କ ସହିତ ଅର୍ଥ ମନ୍ତ୍ରଣାଳୟ ଆଲୋଚନା ଆରମ୍ଭ କରୁ ବୋଲି କହିଛନ୍ତି ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ ।
Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.