Tied Rakhi to Soldiers: LOCରେ ଯବାନଙ୍କୁ ରାକ୍ଷୀ ବାନ୍ଧିଲେ କୁନି କୁନି ଝିଅ

By ETV Bharat Odisha Team

Published : Aug 30, 2023, 5:45 PM IST

thumbnail

ଶ୍ରୀନଗର: ଦେଶ  ସୁରକ୍ଷା ପାଇଁ ସୀମାରେ ମୁତୟନ ହୋଇଥିବା  ଭାରତୀୟ ସେନା ଯବାନ ଭାଇଙ୍କ ହାତରେ ମଧ୍ୟ ଆଜି ଭଉଣୀ ବାନ୍ଧିଛନ୍ତି ରାକ୍ଷୀ । ଘର ଠାରୁ ଦୂରରେ ଥିଲେ ବି ଅଜଣା ସ୍ଥାନରେ ଥିବା ସତ୍ତ୍ୱେ  ଯବାନ ଭାଇଙ୍କ ଭାଇ  ହାତ ଖାଲି ପଡିନାହିଁ ।  ସେ ଶ୍ରୀନଗର ହେଉ ଅବା, ଲେହ  ଲଦାଖ... କିମ୍ବା ଅରୁଣାଚଳ ପ୍ରଦେଶ । ଭାରତୀୟ ସେନାର ପ୍ରତି ଯବାନଙ୍କ ହାତରେ  ରାକ୍ଷୀ ବାନ୍ଧିଛନ୍ତି ସ୍ଥାନୀୟ ଭଉଣୀ ମାନେ । ଶ୍ରୀନଗର ହେଉ କି ବାରମୂଳା ସବୁଠି କୁନି କୁନି  ଝିଅଙ୍କ ସମେତ ବହୁ ଲୋକ ଏକତ୍ରିତ ହୋଇ ସୀମାରେ  ମୁତୟନ ଥିବା ଯବାନଙ୍କ ହାତରେ ବାନ୍ଧିଛନ୍ତି ସୁରକ୍ଷାର ଡୋରି । ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇ ଭଉଣୀ ସମ୍ପର୍କର ଏକ  ପ୍ରାଚିନ ପର୍ବ। ଏହି ଅବସରରେ  ଆଜି ଭାଇ ହାତରେ ସ୍ନେହର ଡୋରୀ ବାନ୍ଧିଛି ଭଉଣୀ । ପ୍ରତିବଦଳରେ ଯୁଗ ଯୁଗ ପାଇଁ ମାଗିଛି ସୁରକ୍ଷାର ପ୍ରତିଶୃତି । ପବିତ୍ର ରକ୍ଷା ବନ୍ଧନ ତଥା ଗହ୍ମା ପୂର୍ଣ୍ଣିମା ପାଇଁ ସାରା ଦେଶ ଉତ୍ସବ ମୁଖର । ଘରେ ଘରେ ଖୁସିର ମାହୋଲ । ଏଥିରୁ ସେନା ଯବାନ ମଧ୍ୟ ବାଦ  ପଡିନାହାଁନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.