୨୦ତାରିଖ ଯାଏଁ ଡେଡଲାଇନ, ଦାବି ପୂରଣ ନହେଲେ କାର୍ଯ୍ୟ ବନ୍ଦ ଆନ୍ଦୋଳନ - ଦାବି ପୂରଣ ନହେଲେ କାର୍ଯ୍ୟ ବନ୍ଦ ଆନ୍ଦୋଳନ
🎬 Watch Now: Feature Video
ଖୋର୍ଦ୍ଧା: ନିଖିଳ ଓଡିଶା ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ୪ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଉକ୍ତ ଦାବି ଗୁଡିକ ଅନୁଯାୟୀ, ୨୦୦୮ ଜିଓରେ ଦରମା ପାଉଥିବା ଅଧ୍ୟାପକ କର୍ମଚାରୀମାନଙ୍କୁ ୨୦୦୯ ଜିଓରେ ଦରମା ପାଉଥିବା ଅଧ୍ୟାପକ ଅନୁଯାୟୀ ସମାନ କାମକୁ ସମାନ ଦରମା ପ୍ରଦାନ । ଅବସର ନେଇଥିବା ଓ ନେବାକୁ ଥିବା ସମସ୍ତ କର୍ମଚାରୀମାନଙ୍କୁ ପେନସନ ସହ ଅବସରକାଳୀନ ରାଶି ପ୍ରଦାନ । ୨୦୧୮ ଜିଓରେ ଦରମା ପାଉଥିବା କର୍ମଚାରୀମାନଙ୍କୁ ସପ୍ତମ ବେତନ ହାରରେ ଦରମା ପ୍ରଦାନ । ବିଭିନ୍ନ ଅସଙ୍ଗତିରେ ବାଦ ପଡିଥିବା ୨୦୦୮ ଓ ୨୦୧୪ ଜିଓର କର୍ମଚାରୀମାନଙ୍କୁ ଅନୁଦାନ ପରିସରଭୁକ୍ତ କରିବା ଦାବି ରହିଛି।
ଅଧିକ ପଢ଼ନ୍ତୁ: ଅଧ୍ୟାପକଙ୍କ ମହଲରେ ଅସନ୍ତୋଷ, 4 ଦଫା ଦାବିରେ ରାଜରାସ୍ତାକୁ ଓହ୍ଲାଇ ମାଗିଲେ ହକ୍
ଏହି ବର୍ଗର କର୍ମଚାରୀମାନେ ଦୀର୍ଘ ୩୦ବର୍ଷକାଳ ଗ୍ରାମାଞ୍ଚଚଳରେ ପ୍ରାୟ ୭୦ଭାଗ ଶିକ୍ଷାର ଦାୟୀତ୍ବବହନ କରୁଥିବା ବେଳେ ସରକାରଙ୍କ କାଳକ୍ଷେପଣ ନୀତି ସେମାନଙ୍କୁ ବ୍ୟଥିତ କରିଛି । ଏହା ମଧ୍ୟରେ ଅନେକ କର୍ମଚାରୀ ବିନା ପେନସନ ଓ ଅବସରକାଳୀନ ସୁବିଧା ନପାଇ ଅବସର ଗ୍ରହଣ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଧ୍ୟାପକ ଓ କର୍ମଚାରୀମାନେ ପ୍ରତିବାଦ କରିବା ସହ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଯଦି ଜୁଲାଇ ୨୦ ତାରିଖ ମଧ୍ୟରେ ଏହାର ଆଶୁ ସମାଧାନ ନ ହୁଏ, ତେବେ ସମସ୍ତ କଲେଜରେ କାର୍ଯ୍ୟବନ୍ଦ ଆନ୍ଦୋଳନ ହେବ ବୋଲି ରାଜ୍ୟ ସମ୍ପାଦକ କହିଛନ୍ତି ।
ଇଟିଭି ଭାରତ, ଖୋର୍ଦ୍ଧା