ନିଲାମ ପରେ ରେଳ ଡବା କଟାକଟି ଆରମ୍ଭ, ବାହାନଗା ଦୁର୍ଘଟଣା ପରେ ପଡି ରହିଥିଲା ଭଗ୍ନାଂଶ - mohit steel

🎬 Watch Now: Feature Video

thumbnail

By ETV Bharat Odisha Team

Published : Oct 28, 2023, 5:50 PM IST

ବାଲେଶ୍ବର: ବାହାନଗା ଟ୍ରେନ ଟ୍ରାଜେଡିରେ ବିଚ୍ଛିନ୍ନ ହୋଇ ପଡିଥିବା ରେଳ ଡବା କାଟିବା କାମ ଆରମ୍ଭ ହୋଇଛି । ଗତ ଜୁନ ମାସ 2 ତାରିଖରେ ଘଟିଥିବା ରେଳ ଦୁର୍ଘଟଣା ସମଗ୍ର ବିଶ୍ବକୁ ଥରାଇ ଦେଇଥିଲା । ବର୍ତ୍ତମାନ ରେଳ ଚଳାଚଳ ସ୍ବାଭାବିକ ହୋଇଥିଲେ ସୁଦ୍ଧା ଦୁର୍ଘଟଣାଗ୍ରସ୍ତ ରେଳ ଡବା ଗୁଡିକ ଛିନ୍ନ ବିଛିନ୍ନ ହୋଇ ପଡିରହିଥିଲା। ଏହି ବଗି ଗୁଡିକ ନିଲାମ କରିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ଡବା ଗୁଡିକ କଟରରେ କଟା ଚାଲିଛି। ଡବା ଗୁଡିକ ରେଳ ଲାଇନ ନିକଟରେ ପଡି ରହିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ମନରେ ଭୟର ବାତବାରଣ ସୃଷ୍ଟି ହେଉଥିଲା। ଏହାକୁ ନେଇ ଡବା ଗୁଡିକ ନିଲାମ ପ୍ରକ୍ରିୟାରେ ସାମିଲ କରାଯାଇଥିଲା। 

ଏହା ବି ପଢନ୍ତୁ...Watch Video: କଳିଙ୍ଗ ଦୁର୍ଗା ପୂଜା ମଣ୍ଡପ ବଖାଣୁଛି ବାହାନଗା ଟ୍ରେନ ଦୁର୍ଘଟଣାର କରୁଣ କାହାଣୀ

ନିଲାମ ପ୍ରକ୍ରିୟାରେ ସାମିଲ ହୋଇ କୋଲକତା ହାୱଡା ଅଞ୍ଚଳର ମୋହିତ ଷ୍ଟିଲ ନାମକ ଏକ କମ୍ପାନୀ 3 କୋଟି 82 ଲକ୍ଷ ଟଙ୍କାର ଟେଣ୍ଡର ନେଇଥିଲା। ଟେଣ୍ଡର ନେବା ପରେ ଉକ୍ତ କମ୍ପାନୀ 50ରୁ ଉର୍ଦ୍ଧ୍ଵ ଶ୍ରମିକମାନଙ୍କୁ ନିୟୋଜିତ କରାଇ ଦୁର୍ଘଟଣାଗ୍ରସ୍ତ ଡବା ଗୁଡିକ ଗ୍ୟାସ କଟରରେ କାଟି ଛୋଟଛୋଟ ଖଣ୍ଡ କରି ନେବାପାଇଁ ପ୍ରକ୍ରିୟା ଚାଲୁ ରଖିଛି। ସମୁଦାୟ 21 ଟି ଡବା ନେବ ସମ୍ପୃକ୍ତ କମ୍ପାନୀ। ସେଦିନର ଛାତିଥରା ଦୁର୍ଘଟଣାରେ 294 ଜଣ ଲୋକଙ୍କ ଜୀବନ ଯାଇଥିଲା। ଦୁର୍ଘଟଣାକୁ ୫ ମାସ ବିତିଯାଇଥିଲେ ବି ବ୍ୟାଗ, ଲୁଗା, ବାସନ ଆଦି ରେଳ ଡବା ଭିତରେ ବିଛୁରିତ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.