ଲୋକକଳା ବଞ୍ଚାଇ ରଖିବାକୁ ନବକିଶୋରଙ୍କ ପ୍ରୟାସ, ସହର ସାରା କେନ୍ଦରା ବଜାଇ ଗାଉଛନ୍ତି ଗୀତ - playing kendera

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 23, 2023, 8:51 PM IST

Wooden String Instrument Kendara; ଭୁବନେଶ୍ବର: ଆଧୁନିକତାର ଚାକଚକ୍ୟ ମଧ୍ଯରେ ଲିଭିବାକୁ ବସିଲାଣି ଲୋକକଳା । ଗାଁ ଦାଣ୍ଡରୁ ଧୀରେ ଧୀରେ ହଜି ଯାଉଛି କେନ୍ଦରା ସ୍ବର। ହେଲେ କେତେକ ହାତଗଣତି ବ୍ୟକ୍ତିଙ୍କ ହାତରେ ଦେଖିବାକୁ ମିଳୁଛି କେନ୍ଦରା। କୌଳିକ ବୃତ୍ତିକୁ ଜାବୁଡି ଧରିଥିବା କେତେକ ବ୍ୟକ୍ତି ସମାଜ ପାଇଁ ସାଜିଛନ୍ତି ଉଦାହରଣ । ଏହିପରି ଜଣେ ବ୍ୟକ୍ତି ହେଉଛନ୍ତି ନୟାଗଡ଼ର ନବ କିଶୋର ଦାସ। ସେ ପିଲାଟି ଦିନରୁ ଦିବ୍ୟାଙ୍ଗ ହୋଇଥିବାବେଳେ ପ୍ରାୟ ୧୦ ବର୍ଷ ଧରି ସହରରୁ ସହର ବୁଲି କେନ୍ଦରା ବଜାଇ ଲୋକକଳା ବଞ୍ଚାବା ପ୍ରୟାସରେ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ...କଳା ରାଜ୍ୟରେ ଉପେକ୍ଷିତ କଳାକାର, ମିଳୁନି ଉପଯୁକ୍ତ ସମ୍ମାନ !


ପୂର୍ବରୁ ହାତ ନିର୍ମିତ ବାଦ୍ୟ ଯନ୍ତ୍ର ସମସ୍ତଙ୍କ ମନ ମୋହୁଥିବା ବେଳେ ଏବେ ମେସିନ ଚାଳିତ ଅତ୍ୟାଧୁନିକ ବାଦ୍ୟଯନ୍ତ୍ର ସମସ୍ତଙ୍କୁ ଆକୃଷ୍ଟ କରିବାରେ ଲାଗିଛି। ଏହି ଆଧୁନିକତାର ଚାକଚକ୍ୟ ଭିତରେ ପୁରାତନ ଲୋକଗୀତ ଓ ବାଦ୍ୟଯନ୍ତ୍ର ଲୋପ ପାଇବାକୁ ବସିଲାଣି । ଏଥିପାଇଁ ବହୁ କଳାକାର ନିଜର ଜୀବିକା ହରାଇଲେଣି । ହେଲେ କୌଳିକ ବୃତ୍ତିକୁ ଆଦରି ଜୀବନର ଶେଷ ନିଶ୍ବାସ ପର୍ଯ୍ୟନ୍ତ ଯୋଗୀ ଭାବେ ଜୀବନ ଯାପନ କରିବା ଲକ୍ଷ୍ୟରେ ରହିଛନ୍ତି ନବ କିଶୋର । ତାଙ୍କ ପରିବାରରେ ରହିଛନ୍ତି କେବଳ ଭାଇ, ଭାଉଜ। ନବକିଶୋର ବୁଲି ବୁଲି ଥକିଗଲେ ମନ୍ଦିର କିମ୍ବା କାହା ପିଣ୍ଡାରେ ଆରାମ କରୁଛନ୍ତି। ଜୀବନର ଶେଷ ପର୍ଯ୍ୟନ୍ତ ଜଣେ ଯୋଗୀ ଭାବରେ ସେ ଜୀବନଯାପନ କରୁଛନ୍ତି। 

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.