କାର୍ତ୍ତିକ ପୁର୍ଣ୍ଣିମା: ବିନ୍ଦୁସାଗରରେ ଡ଼ଙ୍ଗା ଭସାଇଲେ ରାଜଧାନୀବାସୀ - ବିନ୍ଦୁସାଗରରେ ଡ଼ଙ୍ଗା ଭସାଇଲେ ରାଜଧାନୀବାସୀ
🎬 Watch Now: Feature Video
Published : Nov 27, 2023, 1:21 PM IST
ଭୁବନେଶ୍ବର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଧର୍ମ ମାସ କାର୍ତ୍ତିକର ଶେଷ ଦିନରେ ବିଳମ୍ବିତ ରାତିରୁ ଡଙ୍ଗା ଭସାଇଛନ୍ତି ରାଜଧାନୀବାସୀ । ଏହି ପବିତ୍ର ଦିନରେ ଡ଼ଙ୍ଗା ଭସାଇବା ପାଇଁ ଲିଙ୍ଗରାଜ ମନ୍ଦିରର ବିନ୍ଦୁ ସାଗରରେ ଭକ୍ତ ବା ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା। 'ଆ-କା-ମା-ବୈ ପାନ ଗୁଆ ଥୋଇ' ଧ୍ବନିରେ ପ୍ରକମ୍ପିତ ହୋଇଥିଲା ବିନ୍ଦୁ ସାଗର କୂଳ । ଉତ୍କଳର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ପୂଜା ଆରାଧନା କରିବା ସହିତ ଦୀପ ପ୍ରଜ୍ବଳନ କରିଛନ୍ତି ଶ୍ରଦ୍ଧାଳୁ । ଶ୍ରଦ୍ଧାଳୁମାନେ ବିନ୍ଦୁ ସାଗରରେ କଦଳୀ ପାଟୁକା ଓ ସୋଲରେ ତିଆରି ବିଭିନ୍ନ ରଙ୍ଗ ବେଙ୍ଗରକ ଡଙ୍ଗାରେ ପାନଗୁଆ ରଖି ଦୀପ ଜାଳି ଡଙ୍ଗା ଭସାଇଛନ୍ତି । ତେବେ ହିନ୍ଦୁ ଧର୍ମର ସଂସ୍କୃତି, ଐତିହ୍ୟ ପରମ୍ପରାକୁ ବଜାୟ ରଖି ଶୁଭ ମନାସିବା ପାଇଁ ଶ୍ରଦ୍ଧାଳୁମାନେ ବିଭିନ୍ନ ନଦୀ ମାନଙ୍କରେ ଡଙ୍ଗା ଭସାଇଛନ୍ତି । ଓଡ଼ିଶାରେ ଅତୀତର ସମୃଦ୍ଧ ନୌବାଣିଜ୍ୟର ପରମ୍ପରାକୁ ମନେ ପକାଇବାକୁ ପ୍ରତିଟି ଓଡ଼ିଆମାନେ ରାତିରୁ ଉଠି ସୂର୍ଯ୍ୟ ଉଦୟ ପୁର୍ବରୁ ବୋଇତ ଭସାଇଛନ୍ତି । ସେହିପରି କାର୍ତ୍ତିକ ମାସର ଆଜି ଶେଷ ଦିନ ହୋଇଥିବାରୁ ବିଭିନ୍ନ ଦେବାଦେବୀଙ୍କ ପୀଠରେ ମଧ୍ୟ ଭକ୍ତଙ୍କ ଭିଡ ଜମିଛି ।
ଏହା ମଧ୍ୟ ପଢନ୍ତୁ- ଗୋପାଳପୁର ସମୁଦ୍ରରେ ବୋଇତ ବନ୍ଦାଣ କଲେ ଶ୍ରଦ୍ଧାଳୁ
ଇଟିଭି ଭାରତ, ଭୁବନେଶ୍ବର